ବର୍ଷା ଜଳ ଜମିଥିବା ନେଇ ଖବର ପାଇ ଅବିଳମ୍ବେ ପହଞ୍ଚିଲେ ସରପଞ୍ଚ, ନିଜେ ଠିଆ ହୋଇ କରାଇଲେ ଡ୍ରେନେଜ୍ କାମ

You are currently viewing ବର୍ଷା ଜଳ ଜମିଥିବା ନେଇ ଖବର ପାଇ ଅବିଳମ୍ବେ ପହଞ୍ଚିଲେ ସରପଞ୍ଚ, ନିଜେ ଠିଆ ହୋଇ କରାଇଲେ ଡ୍ରେନେଜ୍ କାମ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ୧୨ ନମ୍ବର ୱାର୍ଡରେ ବର୍ଷା ପାଣି ଜମିବା ସହ ଘର ଭିତରେ ବି ପଶିଥିଲା। ଫଳରେ ସ୍ଥାନୀୟ ଲୋକ ହନ୍ତସନ୍ତ ହୋଇ ସ୍ଥାନୀୟ ସରପଞ୍ଚ ସମରେନ୍ଦ୍ର ଦେହୁରୀଙ୍କୁ ଅଭିଯୋଗ କରିଥିଲେ।

ଖବର ପାଇ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ଜେସିବି ସାହାଯ୍ୟରେ ପାଣି ନିଷ୍କାସନ କରିଥିଲେ। ଏଥିସହ ତାଙ୍କ ଉପସ୍ଥିତିରେ ଡ୍ରେନ୍ ନିର୍ମାଣ ମଧ୍ୟ କରାଇଥିଲେ। ଏ ଅବସରରେ ୱାର୍ଡ ମେମ୍ବର ମହେଶ୍ୱର ଥମ୍ବ ମଧ୍ୟ ଉପସ୍ଥିତ ଥିଲେ।

Share

Leave a Reply