ଅନୁଗୁଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳାରେ ସରିଲା ଷ୍ଟେଟ ବାର କାଉନସିଲ ନିର୍ବାଚନ

You are currently viewing ଅନୁଗୁଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳାରେ ସରିଲା ଷ୍ଟେଟ ବାର କାଉନସିଲ ନିର୍ବାଚନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୋର୍ଟରେ ଶନିବାର ଷ୍ଟେଟ ବାର କାଉନସିଲ ନିର୍ବାଚନ ଅନୁଷ୍ଠିତ ହୋଇଛି। ସକାଳ ୧୦ଟାରୁ ସନ୍ଧ୍ୟା ୫ ଟା ଯାଏଁ ମତ ଦାନ ଚାଲିଥିଲା। ଚଳିତ ନିର୍ବାଚନରେ ଜିଲ୍ଲାରୁ ଦୁଇ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଶାନ୍ତି ଶୃଙ୍ଖଳାରେ ମତ ଦାନ ସରିଥିବା ନେଇ ଅନୁଗୁଳ ଓକିଲ ସାଧାରଣ ସମ୍ପାଦକ ହିମାଂଶୁ ଭୂଷଣ ସାମଲ ସୂଚନା ଦେଇଛନ୍ତି।

ସେହିଭଳି ଆଠମଲ୍ଲିକ ସିଭିଲ କୋର୍ଟ ପରିସରରେ ବି ଭୋଟ ଗ୍ରହଣ ହୋଇଛି। ସ୍ଥାନୀୟ ଏସଡ଼ିଜେଏମ ତଥା ମାନସୀ ପ୍ରଧାନ ପୁଲିଙ୍ଗ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ନିର୍ବାଚନ ପ୍ରକ୍ରିୟା ନାଜର ସୌମେନ୍ଦ୍ର ଦେବତା, ଲୋକନାଥ ଥାନପତି ଓ ଗଣେଶ ଦାସ ସହଯୋଗ କରିଥିଲେ। ନିର୍ବାଚନରେ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟପଦ ପାଇଁ ସମୁଦାୟ ୯୬ ଜଣ ଆଇନଜୀବୀ ଭୋଟରେ ଅଂଶଗ୍ରହଣ କରିଥିଲେ l ଆଠମଲ୍ଲିକରୁ ସମୁଦାୟ ୭୭ ଜଣ ମତଦାତା(ଆଇନଜୀବୀ)ଙ୍କ ମଧ୍ୟରୁ ୬୬ ଜଣ ଆଇନଜୀବୀ ମତଦାନ କରିଛନ୍ତି।

Share

Leave a Reply