ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ, ମୁଖ୍ୟ ଆକର୍ଷଣ ପାଲଟିଛି ସୋନପୁରର ଟେରାକୋଟା ଓ ରାଜ୍ୟର ଅନ୍ୟ ହାତ ତିଆରି ସାମଗ୍ରୀ

You are currently viewing ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ, ମୁଖ୍ୟ ଆକର୍ଷଣ ପାଲଟିଛି ସୋନପୁରର ଟେରାକୋଟା ଓ ରାଜ୍ୟର ଅନ୍ୟ ହାତ ତିଆରି ସାମଗ୍ରୀ

ଅନୁଗୁଳ: ଅନୁଗୁଳରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ହସ୍ତ ଶିଳ୍ପ ନିର୍ଦ୍ଦେଶାଳୟ, ସହକାରୀ ନିର୍ଦ୍ଦେଶକ (ହସ୍ତ ଶିଳ୍ପ), ଅନୁଗୁଳ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉପସ୍ଥିତ ଥିଲେ।
ପ୍ରଦର୍ଶନୀରେ ୧୦୦ଟି ହସ୍ତଶିଳ୍ପ କାରିଗରଙ୍କ ଷ୍ଟଲ ଲାଗିଥିବା ବେଳେ ୫ଟି ଖାଦ୍ୟ ଷ୍ଟଲର ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀରେ ସୋନପୁରର ଟେରାକୋଟା, ଗଞ୍ଜାମର ଚାନ୍ଦୁଆ, ଢେଙ୍କାନାଳର ପିତ୍ତଳ କାମ, ଅନୁଗୁଳର ବାଉଁଶ ଓ ବେତ କାମ, ପୁରୀର ଚାନ୍ଦୁଆ ଓ ପଥରର କାରୁକାର୍ଯ୍ୟ, ବାଲେଶ୍ବରର ଲାଖ ଓ ଝୋଟ ହସ୍ତଶିଳ୍ପ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷକ ପାଲଟିଛି।

Share

Leave a Reply