କ୍ରିତିକା ଡ୍ୟାନସ ଗ୍ୟାଲେରୀ ପକ୍ଷରୁ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା, ୫ରୁ ୨୦ ବର୍ଷ ଯାଏଁ ପିଲା କରିପାରିବେ ଅଂଶଗ୍ରହଣ

You are currently viewing କ୍ରିତିକା ଡ୍ୟାନସ ଗ୍ୟାଲେରୀ ପକ୍ଷରୁ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା, ୫ରୁ ୨୦ ବର୍ଷ ଯାଏଁ ପିଲା କରିପାରିବେ ଅଂଶଗ୍ରହଣ

ଅନୁଗୁଳ: ଅନୁଗୁଳସ୍ଥିତ କ୍ରିତିକା ଡ୍ୟାନସ୍ ଗ୍ୟାଲେରୀ ପକ୍ଷରୁ ରାଜ୍ୟସ୍ତରୀୟ ଓଡିଶୀ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି।
ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଏହି ପ୍ରତିଯୋଗିତା ତିନି ଗୋଟି ବର୍ଗରେ ହେବ। ପ୍ରଥମ ବର୍ଗ ପାଞ୍ଚରୁ ଦଶ ବର୍ଷ ମଧ୍ୟରେ ସବ ଜୁନିଅର, ଦ୍ଵିତୀୟ ବର୍ଗ ଏଗାର ରୁ ପନ୍ଦର ଜୁନିଅର ଏବଂ ତୃତୀୟ ବର୍ଗ ଷୋହଳରୁ କୋଡ଼ିଏ ବର୍ଷ ସିନିୟର୍ ବର୍ଗରେ ଅଂଶ ଗ୍ରହଣ କରିପାରିବେ।

ବିଜେତାଙ୍କ ପାଇଁ ପ୍ରଥମ ପୁରସ୍କାର ୩୦୦୦ ଏବଂ ଦ୍ଵିତୀୟ ପୁରସ୍କାର ୨୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୧୦୦୦ ଟଙ୍କା ଏବଂ ଟ୍ରଫି ରହିଛି। ଏଥିସହ ପ୍ରତି ବିଭାଗରୁ ଦୁଇ ଜଣକୁ ସ୍ଵତନ୍ତ୍ର ଜୁରି ପୁରସ୍କାର ଦିଆଯିବ। ପ୍ରତିଯୋଗିତା ପାଇଁ ପଞ୍ଜିକରଣ ଦେୟ ୫୦୦ ଟଙ୍କା ରଖାଯାଇଛି। ଆଗ୍ରହୀ ଛାତ୍ର ଛାତ୍ରୀ କେଡିଜି ସଂଗଠନ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

Share

Leave a Reply