ଅନୁଗୁଳ: ଆସନ୍ତା ୯ ତାରିଖରୁ ୧୧ ତାରିଖ ଯାଏ ଅନୁଗୁଳ ଇନଡୋର ହଲରେ ୨୯ ତମ ରାଜ୍ୟ ସ୍ତରୀୟ ଉଶୁ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ବିବରଣୀ ଦେଇଥିଲେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ।ଏହି ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ଊସୁ ଆସୋସିଏସନର ସଂଗଠନ ସମ୍ପାଦକ ସୁକାନ୍ତ ନାୟକ,ଉପ ସଭାପତି ବାସୁଦେବ ସାହୁ, ଆଇପିଇ ପ୍ରଶାନ୍ତ ସିହ୍ନା ଓ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।ପ୍ରତିଯୋଗିତାରେ ସବ ଜୁନିଅର, ଜୁନିଅର ଓ ସିନିୟର୍ ବିଭାଗ ର ବାଳକ ବାଳିକା ଭାଗ ନେବେ। ପ୍ରତିଯୋଗିତାରେ ତିନିଶହ ଖେଳାଳୀ ଓ ପଚାଶ ଜଣ ଅଫିସିଆଲ୍ ଯୋଗ ଦେବେ। ରାଜ୍ୟ ଉଷୁ ସଂଘ ଏବଂ ଅନୁଗୁଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଏଥିନେଇ ଖେଳାଳୀ ଓ ଅଫିସିଆଲ୍ମ ମାନଙ୍କ ପାଇଁ ରହିବା ଖାଇବାର ସମସ୍ତ ଦାୟିତ୍ବ ଅନୁଗୁଳ ସଂଘ ଓ ଜିଲ୍ଲା ପ୍ରଶାସନ ନେଇଛି। ଆଗ୍ରହୀ କ୍ରୀଡ଼ାପ୍ରେମୀ ମାନେ ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସଂଘ କର୍ମକର୍ତ୍ତା ମାନେ ଅନୁରୋଧ କରିଛନ୍ତି।
ଆସନ୍ତା ୯ରୁ ରାଜ୍ୟ ସ୍ତରୀୟ ଉସୁ ପ୍ରତିଯୋଗିତା
- Post published:June 6, 2023
- Post category:କ୍ରୀଡ଼ା / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul