ଉଚ୍ଚ ଡିଆଁରେ ସ୍ଵାଧୀନ ମାଝୀଙ୍କ ରାଜ୍ୟ ରେକର୍ଡ

You are currently viewing ଉଚ୍ଚ ଡିଆଁରେ ସ୍ଵାଧୀନ ମାଝୀଙ୍କ ରାଜ୍ୟ ରେକର୍ଡ

ଅନୁଗୁଳ: ଅନୁଗୁଳ ମାଟିର ଅନ୍ୟତମ ଯୋଗ୍ୟ ସନ୍ତାନ ସ୍ଵାଧୀନ ମାଝୀ ଉଚ୍ଚ ଡିଆଁରେ ୨.୧୨ ମିଟରର ପ୍ରଦର୍ଶନ ଦେଇ ରାଜ୍ୟ lରେ ନୂତନ ରେକର୍ଡ କରିଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ ପଡ଼ିଆରେ ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ ସେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ତାଙ୍କର‌ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୨.୦୮ ମିଟର। ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ତାଲିମ ନେଉଥିବା ସ୍ଵାଧୀନ ନିଜର ଏହି ଶ୍ରେଷ୍ଠ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିବା ଶହ ଆଗାମୀ ମିଟ୍‌ରେ ଅଧିକ ସଫଳତା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି।

Share

Leave a Reply