କୁଲାଡ଼ରେ ରାଜ୍ୟ ଟ୍ରକ ମାଲିକ ମହାସଂଘର ବୈଠକ: ଆର୍ଥିକ ସଂକଟ ଯୋଗୁ ସମସ୍ୟା ଉପୁଜୁଥିବାରୁ ଉଦବେଗ ପ୍ରକାଶ

You are currently viewing କୁଲାଡ଼ରେ ରାଜ୍ୟ ଟ୍ରକ ମାଲିକ ମହାସଂଘର ବୈଠକ: ଆର୍ଥିକ ସଂକଟ ଯୋଗୁ ସମସ୍ୟା ଉପୁଜୁଥିବାରୁ ଉଦବେଗ ପ୍ରକାଶ

ବଅଁରପାଳ: ସ୍ଥାନୀୟ କୁଲାଡ଼ ଗ୍ରାମସ୍ଥିତ କଲ୍ୟାଣ ମଣ୍ଡପରେ ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ପରିଚାଳନା କମିଟିର ବୈଠକ ନାଲକୋନଗର ଟ୍ରକ ମାଲିକ ସଂଘର ସଭାପତି ମନୋରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ବୈଠକରେ ମୁଖ୍ୟତଃ ବିଭିନ୍ନ କଳକାରଖାନା, ଖଣିଖାଦାନ ଓ ବିଭିନ୍ନ ସଂସ୍ଥାରେ କାମ କରୁଥିବା ଟ୍ରକ ଗୁଡିକର ମାଲିକ ମାନେ କିପରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ବିସ୍ତୃତ ଆଲୋଚନା କରାଯିବା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ମାନେ ନିଜନିଜର ମତାମତ ରଖିଥିଲେ। ଟ୍ରେନ ଯୋଗେ କଞ୍ଚାମାଲ ପରିବହନ କରିବା ଦ୍ୱାରା ଟ୍ରକ ମାଲିକଙ୍କୁ କାମ ପରିବହନ ଓ ଭଡ଼ା ମିଳୁଥିବାରୁ ଆର୍ଥିକ ସଙ୍କଟ ଯୋଗୁଁ ଟ୍ରକ ଚଳାଇବା କଷ୍ଟକର ହେଉଛି ବୋଲି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।

ବୈଠକରେ ମହାସଂଘର ସଭାପତି ବିଭୂତି ପ୍ରସାଦ ଦାସ, ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ପାଣି, କୋଷାଧ୍ୟକ୍ଷ ପୁଣ୍ୟବ୍ରତ ପରିଡା, ଉପସଭାପତି ରାଜୀବ ଜେନା, ଯୁଗ୍ମ ସମ୍ପାଦକ କୃପାସିନ୍ଧୁ ବିଶ୍ୱାଳ, ଉପଦେଷ୍ଠା ଶରତ କୁମାର ପ୍ରଧାନ, ରଣଜିତ ପଣ୍ଡା, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଜୋନର ଉପସଭାପତି ସୁମନ୍ତ କୁମାର ବିଶ୍ୱାଳ, ରମାକାନ୍ତ ନାୟକ, ଶିବପ୍ରସାଦ ମିଶ୍ର, ପ୍ରମୋଦ କୁମାର ଜେନା, ସମ୍ପାଦକ ଦୁର୍ଗାପ୍ରସାଦ ମିଶ୍ର, ଉପେନ୍ଦ୍ର କୁମାର ସିଂହ, ଅକ୍ଷୟ କୁମାର ସାମନ୍ତ, ନରେନ୍ଦ୍ର କୁମାର ମହାନ୍ତି, ଶରତ କୁମାର ବଳସାମନ୍ତ, ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ଜେନା, ସୁଶାନ୍ତ କୁମାର ଜେନା, ଅଶ୍ୱିନୀ କୁମାର ପଟ୍ଟନାୟକ, କାଳିଚରଣ ସ୍ୱାଇଁ ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ।

Share

Leave a Reply