ସହିଦ କୁମୁନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ, ୨୦୧୨ରେ ଦନ୍ତେଓ୍ବାଡା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦେଇଥିଲେ ପ୍ରାଣବଳି

You are currently viewing ସହିଦ କୁମୁନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ, ୨୦୧୨ରେ ଦନ୍ତେଓ୍ବାଡା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦେଇଥିଲେ ପ୍ରାଣବଳି

ଅନୁଗୁଳ: ସ୍ୱାଧୀନତା ଦିବସ ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରାସିଂହା ଠାରେ ସହିଦ କୁମୁନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୨୦୧୨ ମସିହା ଦନ୍ତେଓ୍ବାଡା ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୁମୁଦ ସହିଦ ହୋଇଥିଲେ। ତାଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ। କାର୍ଯ୍ୟକ୍ରମରେ ଜରାସିଂହା ସରପଞ୍ଚ ପ୍ରିୟଙ୍କା ସ୍ବାଇଁ, ଗ୍ରାମ୍ଯ କମିଟି ସଭାପତି ଘନଶ୍ୟାମ ସାହୁ, କୁମୁଦ ଚନ୍ଦ୍ର ସ୍ବାଇଁଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply