ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଶିବମନ୍ଦିର ପରିସର ଗୋଦାମ ଗୃହରୁ ୪ଟି (୧୫ ଏଚ୍ପି) ପାଣି ପମ୍ପ ଚୋରି ହୋଇଥିବା ଗ୍ରାମ୍ୟ କମିଟି ପକ୍ଷରୁ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି। ରେଙ୍ଗାଳି ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଡା. ନିରଞ୍ଜନ ସାମଲଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମର ଉଠା ଜଳସେଚନ ପ୍ରକଳ୍ପର ୪ଟି ୧୫ ଏଚପି ପାଣି ପମ୍ପ ଶିବ ମନ୍ଦିର ପରିସର ଗୋଦାମଗୃହରେ ରଖାଯାଇ ଥିଲା। ଗତ ୨୨ ତାରିଖ ରାତିରେ ଗୋଦାମଗୃହ ଫାଟକ ତାଲା ଭାଙ୍ଗି କେହି ଦୁର୍ବୃତ୍ତ ୪ଟି ଯାକ ପମ୍ପ ଚୋରି କରି ନେଇଥିବା ସକାଳେ ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଗ୍ରାମ୍ୟ କମିଟି ସଭାପତି ରେଙ୍ଗାଳି ଥାନାରେ ଅଭିଯୋଗ କରିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ ଚୋରର ସନ୍ଧାନ ପାଇପାରି ନାହିଁ। ଚୋର ଦଳ କୁ ଧରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଙ୍କ ନିକଟରେ ଦାବି ହେଉଛି।
୪ ପାଣି ପମ୍ପ ଚୋରି
- Post published:May 26, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul