ଅନୁଗୁଳ: ଅନୁଗୁଳ ସହର ଶିମିଳିପଡ଼ା ଠାରେ ଥିବା କବାଡ଼ିଆ ଦୋକାନ ଉପରେ ପୋଲିସର ଚଢ଼ାଉ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ଅଗଷ୍ଟ ମାସରେ ଏକ ରେସ୍ତୋରାରୁ ଗ୍ୟାସଚୁଲ୍ଲା, ୪ଟି ନୂଆ ସିଲଭର ହଣ୍ଡା, ଷ୍ଟିଲ ବାସନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ପଞ୍ଚମୁଖୀ ମାର୍କେଟସ୍ଥିତ ଏକ ଦୋକାନର ଏସି ପାଇପ ବି ଚୋରି ହୋଇଥିଲା। ଅନ୍ୟପଟେ ଏକ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ଶିମିଳିପଡାର ଏକ କବାଡ଼ିଆ ଦୋକାନ ଉପରେ ଚଢ଼ାଉ କରିଥିଲା। ସେଠାରୁ ଚୋରି ସାମଗ୍ରୀ ମଧ୍ୟ ଜବତ କରିଛି। ଚୋରିରେ ସମ୍ପୃକ୍ତି ଅଭିଯୋଗରେ ଅମଲାପଡାର ସେଖ ଇସିଲାମ(୨୦), ସେଖ ମୁନା ଓରଫ କାଳିଆ (୨୫), ଶିମିଳିପଡାର ରିଙ୍କୁ ଓରଫ ଶୁଭ୍ରଜ୍ୟୋତି ଜେନା (୩୫) ଏବଂ କବାଡି ଦୋକାନୀ ବାବୁ ବେହେରା(୪୯)ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।


