ଗ୍ୟାସ୍ ଦର ବୃଦ୍ଧିକୁ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପକ୍ଷରୁ ତୀବ୍ର ବିରୋଧ

You are currently viewing ଗ୍ୟାସ୍ ଦର ବୃଦ୍ଧିକୁ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପକ୍ଷରୁ ତୀବ୍ର ବିରୋଧ

ଅନୁଗୁଳ: କେନ୍ଦ୍ର ବିଜେପି ଶାସିତ ମୋଦି ସରକାର ଗତ ଦୁଇ ମାସରେ ଦୁଇ ଥର ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଅନୁଗୁଳ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ବ୍ରଜବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଗଠନର କାର୍ଯ୍ୟକର୍ତ୍ତା ନବକିଶୋର ପ୍ରଧାନ, ମାନସ ପାଳ, ସଞ୍ଜୟ ସାହୁ, ସଂଗଠକ ଜ୍ୟୋତ୍ସ୍ନା ସାମଲ, ନିରଞ୍ଜନ ନାୟକ, ନାରାୟଣ ନାୟକ ପ୍ରମୁଖ ବକ୍ତବ୍ୟ ରଖି ଗ୍ୟାସ୍‌ ଦରବୃଦ୍ଧିକୁ ତୀବ୍ର ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ।

ଅତ୍ୟନ୍ତ କୌଶଳ କରି ଉଜ୍ଜ୍ବଳା ଯୋଜନାରେ ପ୍ରସ୍ତର ପ୍ରସାର କରାଇ କେନ୍ଦ୍ରରେ କ୍ଷମତାକୁ ଆସିଥିବା ବିଜେପି ସରକାର ବର୍ତ୍ତମାନ ପୁଞ୍ଜିପତିମାନଙ୍କ ସ୍ବାର୍ଥରେ ଦର ବୃଦ୍ଧିର ବୋଝ ଜନସାଧାରଣଙ୍କ ଉପରେ ଲଦୁଛି ବୋଲି ସମସ୍ତେ ଅଭିଯୋଗ କରିଥିଲେ।

Share

Leave a Reply