କନ୍ଧମାଳରେ ଜଗତଗୁରୁ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ କୁଶପୁତ୍ତଳିକା ଦାହକୁ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ତୀବ୍ର ବିରୋଧ, ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

You are currently viewing କନ୍ଧମାଳରେ ଜଗତଗୁରୁ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ କୁଶପୁତ୍ତଳିକା ଦାହକୁ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ତୀବ୍ର ବିରୋଧ, ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଅନୁଗୁଳ: ଆଜି ସ୍ଥାନୀୟ ପ୍ରଶାନ୍ତି ହୋଟେଲରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ ଗତ ମଙ୍ଗଳବାର କନ୍ଧମାଳରେ ବିଶ୍ଵ ଆଦିବାସୀ ଦିବସ ପାଳନ ବେଳେ ସନାତନ ହିନ୍ଦୁ ଧର୍ମଗୁରୁ ଗୋବର୍ଦ୍ଧନ ମଠାଧୀଶ ଜଗତ ଗୁରୁ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ କୁଶପୁତ୍ତଳିକା ଦାହକୁ ତୀବ୍ର ବିରୋଧ କରାଯାଇଥିଲା।

ହିନ୍ଦୁ ଧର୍ମ ପ୍ରତି ଏଭଳି ଅରୁଚିକର ମନ୍ତବ୍ୟ ହିନ୍ଦୁ ସମାଜକୁ କଷ୍ଟ ଦେଇଛି। ଏଭଳି ମନ୍ତବ୍ୟ ଦେଇଥିବା ଦୋଷୀଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଏ ଅବସରରେ ବିଶ୍ଵ ହିନ୍ଦୁ ପରିଷଦ ଦାବି କରିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Share

Leave a Reply