ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିବାରୁ ଛାତ୍ରଛାତ୍ରୀଙ୍କୁ ଖମାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ସବୁଦିନ ପରି ଆଜି ମଧ୍ଯ ସରକାରଙ୍କ ଦ୍ଵାରା ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପିଲାମାନେ ଖାଇଥିଲେ।
କିନ୍ତୁ ଖାଇବା ପରେ ପିଲାଙ୍କ ପେଟ କାଟିବା ସହ ବାନ୍ତି ହୋଇଥିଲା। ଏହା ଦେଖି ଶିକ୍ଷକ ଆମ୍ବୁଲାନ୍ସକୁ ଫୋନ କରି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଖମାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପିଲାମାନଙ୍କୁ ଚିକିତ୍ସା କରିବା ପରେ ସୁସ୍ଥ ଥିବା ପିଲାଙ୍କୁ ଛାଡ଼ି ଅନ୍ୟମାନଙ୍କୁ ପରୀକ୍ଷା ପାଇଁ ରଖିଛନ୍ତି। ଖବର ପାଇ ପାଳଲହଡ଼ା ଅତିରିକ୍ତ ଜିଲ୍ଲାପାଳ ଘଟଣାର ଅନୁଧ୍ଯାନ କରିବା ସହ ପିଲାମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି।