ଅନୁଗୁଳ: ନିକଟରେ ପ୍ରକାଶ ପାଇଥିବା ସିବିଏସ୍ଇ ଦଶମ ପରୀକ୍ଷାରେ ଅନୁଗୁଳ ଲିଟିଲ୍ ହାର୍ଟସ ଟଡଲର୍ସ ଏକାଡେମୀ ଶତ ପ୍ରତିଶତ ଫଳ ମିଳିଛି। ପରୀକ୍ଷା ଦେଇଥିବା ୮୦ ଜଣ ଛାତ୍ର ଛାତ୍ରୀ ସମସ୍ତେ ପାସ କରିଥିବା ବେଳେ ୧୩ ଜଣ ୯୦ ପ୍ରତିଶତ ଉପରେ ନମ୍ବର ରଖିଛନ୍ତି। ସମ୍ଭାଵୀ ଝାଝେରିଆ ଓ ରୋଜାଲିନ ନାୟକ ୯୮ ପ୍ରତିଶତ ନମ୍ବର ରଖି ସ୍କୁଲରେ ଯୁଗ୍ମ ଟପର ହୋଇଛନ୍ତି।ସେହିପରି ଦ୍ଵାଦଶ ଶ୍ରେଣୀ ପରୀକ୍ଷା ବିଜ୍ଞାନରେ ଶିଖର ସାହୁ ୯୧ ପ୍ରତିଶତ, ବାଣିଜ୍ୟରେ ଶିବିକା ଅଗ୍ରୱାଲା ୯୬ ପ୍ରତିଶତ ଓ କଳାରେ ବିଧି ପ୍ରକାଶ ପାଣି ୮୭ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି। ଅଭିଜ୍ଞ ଶିକ୍ଷକ, ସ୍ମାର୍ଟ୍ କ୍ଲାସ, ସ୍ଵତନ୍ତ୍ର କୋଚିଂ, ନିୟମିତ ଆଭ୍ୟନ୍ତରୀଣ ପରୀକ୍ଷା ଯୋଗୁଁ ପିଲାମାନଙ୍କୁ ଏଭଳି ସଫଳତା ମିଳିଛି। ପରୀକ୍ଷା ସଫଳତାରେ ପ୍ରିନ୍ସିପଲ୍ କଳିଙ୍ଗ ରୁଦ୍ର ପଣ୍ଡା ଏବଂ ଅଭିଭାବକ ମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସିବିଏସ୍ଇ ପରୀକ୍ଷା ରେ ଲିଟିଲ୍ ହାର୍ଟସର ସଫଳତା
- Post published:July 24, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul