ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ଗଣଧାରଣା

You are currently viewing ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ଗଣଧାରଣା

ଅନୁଗୁଳ: ଦେଶରେ ରନ୍ଧନ ଗ୍ୟାସ ଦର ମାତ୍ରାଧିକ ବୃଦ୍ଧି ସହିତ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ଯୋଗୁଁ ଖାଉଟି ମାନେ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ଦର ବୃଦ୍ଧି ଦ୍ୱାରା ଆର୍ଥିକ ଅନଟନରେ ପଡି ଲୋକେ ଦାଦନ ଖଟିବାକୁ ଯାଉଛନ୍ତି।ଏଣୁ କେନ୍ଦ୍ର ସରକାରଙ୍କ ଏହି ନୀତି କୁ ବିରୋଧ କରି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯାଇଥିଲା। ନବ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ବ୍ରଜବନ୍ଧୁ ସାହୁ,ତୀର୍ଥବାସୀ ସାହୁ,ସୁବାସ ପ୍ରଧାନ, ପ୍ରହଲ୍ଲାଦ ସାହୁ,ମାନସୀ ସ୍ୱାଇଁ ଙ୍କ ସମେତ ଆଡଭୋକେଟ ପ୍ରମୋଦ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ଅଚ୍ଛେ ଦିନର ଘୋଷଣାକୁ ତୀବ୍ର ସମାଲୋଚନା କରିବା ସହ ଦର ଦାମ ନିୟନ୍ତ୍ରଣ କରିବା ପାଇଁ ଦାବି ରଖିଥିଲେ।

Share

Leave a Reply