ଅନୁଗୁଳ : ଆସନ୍ତାକାଲି ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶନିବାର ସକାଳେ ସେ ଟ୍ରେନ ଯୋଗେ ସମ୍ବଲପୁରରୁ ଅନୁଗୁଳ ଷ୍ଟେସନରେ ପହଞ୍ଚବା ପରେ ନାଲକୋ ଯିବେ। ସେଠାରେ ଜିଲ୍ଲା ପ୍ରଶାସନ ସହ ଏକ ଜରୁରୀ ବୈଠକରେ ଯୋଗ ଦେବେ। ସେଠାରୁ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ବଜେଟ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ମନ୍ତ୍ରୀ ଶ୍ରୀ ପାତ୍ର ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ। ତା’ ପରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ଥିବା ସୂଚନା ରହିଛି।
ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ, ବଜେଟ୍ ନେଇ କରିବେ ଆଲୋଚନା
- Post published:February 28, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul