ଅନୁଗୁଳ: ଅନୁଗୁଳ ମେଡ଼ିକାଲରେ କୁଷ୍ଠ ରୋଗୀଙ୍କ ପାଇଁ ପୁନଃ ନିର୍ମାଣ କାରୀ ଅସ୍ତ୍ରୋପଚାର ସେବା ଆରମ୍ଭ ହୋଇଚି।ଗତ ୧୯ ତାରିଖ ସୁଦ୍ଧା ୧୫ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇ ପାରିଛି। କୁଷ୍ଠ ରୋଗରୁ ହାତ କିମ୍ବା ଗୋଡ଼ ବିକୃତ ହେଲେ ଏବଂ ଏହାକୁ ଠିକ୍ କରିବା ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ହେଲେ ଏହି ସୁବିଧା ଏବେ ଡାକ୍ତରଖାନାରେ ମିଲିପାରୁଛି। ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି, ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ଡ଼ା ବିଶ୍ଵ ବିହାରୀ ମହାନ୍ତି, ପରାମର୍ଶଦାତା ଡ଼ା ସୂର୍ଯ୍ୟନାରାୟଣ ଦତ୍ତ ଏବଂ ଫିଜିଓ ଥେରାପିଷ୍ଟ ସୁନିଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଗୁଳ ମେଡ଼ିକାଲରେ କୁଷ୍ଠ ରୋଗୀଙ୍କ ପାଇଁ ଅସ୍ତ୍ରୋପଚାର ସୁବିଧା
- Post published:December 20, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul