ଅନୁଗୁଳ: ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚନା ଯେ, ମୃତକ ପରିବା ବ୍ୟବସାୟୀ ଜଣକ ହେଲେ ମାନସ ସାହୁ,ଘର ରନ୍ତଲେଇ। ମାନସ ଶନିବାର ହାଟରୁ କାରବାର ସାରି ପ୍ରଗତି ନଗରରେ
ରହୁଥିବା ଜଣେ ଚିହ୍ନା ଲୋକଙ୍କ ଘରକୁ ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ନାମ ସୌମେନ୍ଦ୍ର ସାହୁ। ସେ ଏମ୍ସିଏଲ୍ ରେ ଚାକିରି କରନ୍ତି। ଛୁଟି ଯୋଗୁଁ ସେ ଅଫିସ ଯାଇନଥିଲେ। ସୌମେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ କହିବା ମୁତାବକ ମାନସ କଥା ବାର୍ତ୍ତା ବେଳେ ଭଡ଼ାଘରର ଦ୍ଵିତୀୟ ମହଲାରୁ ତଳକୁ ଖସି ପଡ଼ିଥିଲେ। ସେମାନେ ମାନସଙ୍କୁ ଅନୁଗୁଳ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ମାନସକୁ ମୃତ ଘୋଷଣା କରିଥିଲେ। ତେବେ ପରିବାର ଲୋକ ଏ ଖବର ପାଇ ମାନସକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି। ସୌମେନ୍ଦ୍ରଙ୍କ ସହ ମାନସଙ୍କ କି ସମ୍ପର୍କ ଏବଂ କେଉଁ ପରିସ୍ଥିତିରେ ସେ ବାଲକୋନୀରୁ ଖସି ପଡ଼ିଲେ ନା ଏଥିରେ ଆଉ କିଛି ରହସ୍ୟ ଅଛି , ଶବ ବ୍ୟବଚ୍ଛେଦ ପରେ ସବୁ ସତ୍ୟାସତ୍ୟ ଜଣାପଡ଼ିବ ।
1
f600b249-5c54-442c-a949-d6bc81000fab
Prev Post