ସୁସୁଡ଼ାରେ ସରିଲା ମେରୁଯାତ୍ରା: ୧୩ ଦିନ ପରେ ମନ୍ଦିରକୁ ଫେରିଲେ ମା’

You are currently viewing ସୁସୁଡ଼ାରେ ସରିଲା ମେରୁଯାତ୍ରା: ୧୩ ଦିନ ପରେ ମନ୍ଦିରକୁ ଫେରିଲେ ମା’

ଅନୁଗୁଳ : ସ୍ଥାନୀୟ ସୁସୁଡା ସୋମନାଥପୁର ଠାରେ ଚୈତ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆରମ୍ଭ ହୋଇଥିବା ମେରୁଯାତ୍ରା ଆଜି ଶେଷ ହୋଇଛି।
ଏ ଅବସରରେ ତେରଭକ୍ତା ଓ ମାନସିକଧାରୀମାନେ ୧୩ ଦିନର ଦଣ୍ତ ଯାତ୍ରା ପରେ ପୁନର୍ବାର ମନ୍ଦିରଙ୍କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଓ ଦେବୀଙ୍କୁ ପୀଠରେ ପୁନଃ ବିରାଜମାନ କରିଛନ୍ତି। ଦଣ୍ତଯାତ୍ରାର ଅନ୍ତିମ ଦିବସରେ ମେରୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଜି ଅପରାହ୍ନ ସମୟରେ ଧୂଳି ଦଣ୍ତ ଓ ବାଲୁଙ୍କୁ ପୂଜା ଅନୁଷ୍ଠିତ ହୋଇଥିଲା। ପରେ ପରେ ମା’ଙ୍କର ସୁନାବେଶ ହୋଇଥିଲା। କାଳିସୀ ରୂପରେ ମା’ ମନସ୍କାମନା ପୂରଣ କରିଥାନ୍ତି ବୋଲି ଲୋକମତ ରହିଛି।
ପରେ ୩୩ କୋଟି ଦେବାଦେବୀଙ୍କ ଉଦ୍ଦେଶ୍ୟରେ ହୋମକର୍ମ ଅନୁଷ୍ଠିତ ହୋଇଥିଲା। ରାତ୍ରରେ ଦଣ୍ଡନୃତ୍ୟ ସମାପନ ପରେ ଏହି ଯାତ୍ରା ଶେଷ ହୋଇଛି।

Share

Leave a Reply