ଅନୁଗୁଳରେ ସ୍ୱାୟତ୍ତ ଶାସନ ଦିବସ

You are currently viewing ଅନୁଗୁଳରେ ସ୍ୱାୟତ୍ତ ଶାସନ ଦିବସ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଅନୁଗୁଳ ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଓଡିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ସମାରୋହକୁ ଉଦଘାଟନ କରିଥିଲେ। ଅନୁଗୁଳ ପୌରପାଳିକାର ସର୍ବାଙ୍ଗୀନ ଉନ୍ନତି ପାଇଁ ଜନ ସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ସିଂହ
ପ୍ରକାଶ କରିଥିଲେ। ଜଳବାୟୁ ପରିବର୍ତନ ଓ ପ୍ରଦୂଷଣ ନିରାକରଣ ଉପରେ ଆମକୁ ଗୁରୁତ୍ତ୍ୱ ଦେବାକୁ ହେବ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ଓ ଉପନଗରପାଳ ଅନୁପମା ସାହୁ ଯୋଗ ଦେଇ ଅନୁଗୁଳକୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଅନୁଗୁଳକୁ ଏକ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି କହିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ଓ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Share

Leave a Reply