ଅନୁଗୁଳ: ଅନୁଗୁଳର ବିଭିନ୍ନ ସ୍ଥାନରେ ସିନ୍ଥେଟିକ ପନିର ବା ନକଲି ପନିର ଏବେ ବହୁଳ ଭାବରେ ବିକ୍ରି ହେଉଛି। କୁହାଯାଉଛି ରାୟପୁରରୁ ଅନୁଗୁଳ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ଏହି ପନିରର ମୂଲ୍ୟ ଅନ୍ୟ ପନିର ଅପେକ୍ଷା ଶସ୍ତା ହୋଇଥିବାରୁ ବେପାରୀ ମାନେ ଅଧିକ ଲାଭ ଲୋଭରେ ବହୁଳ ଭାବରେ ବିକ୍ରି କରୁଛନ୍ତି। ତେବେ ଏହି ପନିର ରାୟପୁରରୁ ଗାଡ଼ି ଯୋଗେ ଆସୁଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ବଡ଼କେରା ଛକରେ ଏନଫୋର୍ସମେଣ୍ଟ ଟିମ୍ ରାୟପୁରରୁ ଆସୁଥିବା ଏକ ପନିର ବୋଝଇ ଗାଡ଼ି (ସିଜି୦୪ କ୍ୟୁଏଚ୍ ୯୪୭୭)କୁ ଅଟକାଇ ଯାଞ୍ଚ କରିଥିଲା ଓ ପରେ ଛାଡ଼ି ଦେଇଥିଲା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ଛତିଶଗଡ଼ ରାୟପୁରରେ ସିନ୍ଥେଟିକ ପନିର ପ୍ରସ୍ତୁତ ହୋଇ ଅନୁଗୁଳର ହଣ୍ଡପା, ବଇଣ୍ଡା, ଜରପଡା, ବଡ଼କେରା, ବନ୍ତଳା, ନଲୋକ, ବରପାଳା, ତାଳଚେର ସମେତ ସହରକୁ ଚାଲାଣ ହେଉଛି। ଏହି ପନିର ପ୍ରସ୍ତୁତି ବେଳେ ଡିଟରଜେଣ୍ଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗ୍ଲିସେରିନ୍, ମଇଦା ଓ ଅବ୍ୟବହୃତ ବାସି କ୍ଷୀର ମିଶୁଥିବା ଜଣାପଡିଛି। ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶାଇ ତିଆରି କରାଯାଉଥିବାରୁ ଏହା ଶରୀର ପାଇଁ ବେଶ କ୍ଷତିକାରକ। ତେବେ ଏହି ପନିର ଜିଲ୍ଲାରେ ଏବେ ସବୁଠି ବିକ୍ରି ହେଉଥିବା ବେଳେ ଠକ ବ୍ୟବସାୟୀଙ୍କୁ ଜଗିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।
Police not received any problem Odisha coltoure not why’s 24 years find rajaniti honey money 🤑💰 income certificate