ତମାଖୁ ମୁକ୍ତ ଅଭିଯାନ ୩.୦ର  ଆରମ୍ଭ

You are currently viewing ତମାଖୁ ମୁକ୍ତ ଅଭିଯାନ ୩.୦ର  ଆରମ୍ଭ

ଅନୁଗୁଳ: ସ୍ବାସ୍ଥ୍ୟ ଉପରେ ତମାଖୁରକୁ ପ୍ରଭାବ ସମଗ୍ର ବିଶ୍ବରେ ଚିନ୍ତାର କାରଣ ହୋଇଥ‌ିବାବେଳେ, ଓଡିଶାର ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଶନିବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ତମାଖୁ ମୁକ୍ତ ଅଭିଯାନ ୩.୦ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇଥିବା ଏବଂ ଆଗକୁ ହେବାକୁ ଥ‌ିବା ଏହି ସଚେତନତା ଅଭିଯାନର ସମସ୍ତ ପଦକ୍ଷେପ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ ଅବଗତ କରାଇଥିଲେ। ତମାଖୁ ସେବନ ଓ ଏହା ଜନିତ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଚଳିତ ବର୍ଷ ଆରମ୍ଭ ହୋଇଥିବା ତମାଖୁ ମୁକ୍ତ ଅଭିଯାନ ୩.୦ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇ ୯ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ସଚେତନତା ମାରାଥନ, ରାଲି, ରେଡିଓ ବାର୍ଷା,ଚିତ୍ର ପ୍ରଦର୍ଶନୀ, ପଥପ୍ରାନ୍ତ ନାଟକ, ସୋସିଆଲ ମିଡିଆ ପ୍ରଚାର ଇତ୍ୟାଦି ମାଧ୍ୟମରେ ତମାଖୁ ବର୍ଜନ ବିଷୟରେ ଜନ ସଚେତନତା ସୃଷ୍ଟି କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଜନସାଧାରଣଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଏବଂ କୋଟପା ନିୟମକୁ କଡାକଡି ଭାବେ ପାଳନ କରିବା ଲାଗି ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ନିମନ୍ତ୍ରିତ ଅତିଥି ଓ ଅଧିକାରୀମାନେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଧନଞୟ ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ପୂର୍ଣ୍ଣିମା ଉଦଗାତା, ଜିଲ୍ଲା ଅଣସଂକ୍ରାମକ ପରିଚାଳକ ଅଜିତ୍ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବାରିକ, ଅନୁଗୁଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ନିଳାଞ୍ଚଳ ପଟେଲ, ମହିଳା ମହାବିଦ୍ୟାଳୟର ପ୍ରଫେସର ରଞ୍ଜିତା ସିଂହ ସାମନ୍ତ, ନେହୁରୁ ଯୁବ କେନ୍ଦ୍ର ସଙ୍ଗଠନର ପରିଚାଳକ ତପନ କୁମାର ସାମଲ, ସମସ୍ତ ବ୍ଲକ ଜନ ସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ଓ ବ୍ଳକର ଏନ୍ଏଚ୍ଏମ୍ ମ୍ୟାନେଜର ଓ କନସଲଟାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply