ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଘର ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ବିରୋଧ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲୋକଙ୍କ ଦୁଃଖ ଜଣାଇଲେ ତାଳଚେର ବିଧାୟକ

0

ଅନୁଗୁଳ: ସମସ୍ୟା ସମାଧାନ ନ କରି ଜମି ହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛି ଅନୁଗୁଳ ଜିଲ୍ଲା ପ୍ରଶାସନ। ଏହାକୁ ବିରୋଧ କରି  ତାଳଚେର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲୋକଙ୍କ ଦୁଃଖ ଜଣାଇଛନ୍ତି।

ସୂଚନା ମୁତାବକ, ତାଳଚେରର କ୍ଷତିଗ୍ରସ୍ତ ଜମିହରା ପ୍ରଜାଙ୍କ ବିଭିନ୍ନ ସମସ୍ୟା ତଥା: ଘର, ଟଙ୍କା, ଚାକିରୀ ଓ ବିସ୍ଥାପନ ସମସ୍ୟାର ସମାଧାନ ନ କରି ଗତ ୫ ତାରିଖରେ ଜିଲ୍ଲା ପ୍ରଶାସନ ଘର ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦେଇଛି। ଏଣୁ ତାଳଚେର ଜମିହରା କ୍ଷତିଗ୍ରସ୍ତ ପ୍ରଜା ମାନଙ୍କ ପକ୍ଷରୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ଏଥିସହ ସେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରି ଯଥା ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଆଲୋଚନା କରିଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!