ଟ୍ୟାଙ୍କର ଡ୍ରାଇଭର୍ ହତ୍ୟାକାଣ୍ଡର ପର୍ଦାଫାସ

You are currently viewing ଟ୍ୟାଙ୍କର ଡ୍ରାଇଭର୍ ହତ୍ୟାକାଣ୍ଡର ପର୍ଦାଫାସ

ଅନୁଗୁଳ: ଛେଣ୍ଡିପଦା ବ୍ଳକ୍‌ ତଥା କରପଡ଼ା ଥାନା ଇଲାକା କତଡ଼ା ଜାଇକା (ସେତେବେଳର କ୍ଲାସିକ) ଢାବା ନିକଟରେ ତିନି ବର୍ଷ ତଳେ ଏକ ପାଣି ଟ୍ୟାଙ୍କର ଡ୍ରାଇଭର୍‌ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୁଲିସ । ଜରପଡ଼ା ପୁଲିସ ହତ୍ୟାକାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଥିବା ବେଳେ ତାକୁ ଧରିବାକୁ ଛାନ୍‌ଭିନ୍‌ ଜାରି ରହିଛି ବୋଲି କରପଡ଼ା ପୁଲିସ ରବିବାର ସୂଚନା ଦେଇଛି। ପ୍ରକାଶ ଯେ, ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ନେଇଥିବା ଠିକାସଂସ୍ଥା ଗାୟତ୍ରୀରେ ପାଣି ଟ୍ୟାଙ୍କର ଚଳାଉଥିବା ଦୁର୍ଗାପୁର ଗ୍ରାମର ଜ୍ଞାନେନ୍ଦ୍ର ଦେହୁରୀ (୪୦)ଙ୍କର ୨୦୧୮ ଜୁନ୍‌ ୨୨ ତାରିଖରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଢାବା ସମ୍ମୁଖରେ ଥିବା ଗାଡ଼ି କ୍ୟାବିନ୍‌ ଭିତରେ ତାଙ୍କର ମୃତଦେହ ପଡ଼ି ରହି ଥିଲା। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ତୁମୁଳକାଣ୍ଡ ସୃଷ୍ଟି ହୋଇଥିଲା।ଏପରିକି ହତ୍ୟାକାଣ୍ଡରେ ନିକଟସ୍ଥ ଢାବାର କର୍ମଚାରୀ ସଂପୃକ୍ତ ଥିବା ସନ୍ଦେହ କରି ଉବ୍ୟକ୍ତ ଲୋକ ଭଙ୍ଗାରୁଜା କରିଥିଲେ । ରାସ୍ତାରୋକ ହୋଇଥିଲା ।ତେବେ ତିନି ବର୍ଷ ଧରି ପୁଲିସ ତଦନ୍ତ ଚଳାଇ ଢାବା କର୍ମଚାରୀ ବନ୍ତଳା ଥାନା ପୋକତୁଙ୍ଗୀ ଗ୍ରାମର ସୌଭାଗ୍ୟ ରଂଜନ ସାହୁ, ଠାକୁରଗଡ଼ ଥାନା ବରପାଲି ଗ୍ରାମର ବିକାଶ ନାୟକ ଓ ଜରପଡ଼ା ଥାନା ବଡ଼ହିଂସର ଗ୍ରାମର ପୁରୁଷୋତ୍ତମ ସାହୁଙ୍କୁ ଗିରଫ କରିଥିଲା । ଅନ୍ୟତମ ଅଭିଯୁକ୍ତ ବଡହିଂସର ଗ୍ରାମର ବୈକୁଣ୍ଠ ସାହୁ ଫେରାର ଥିବା ପୁଲିସ ପ୍ରକାଶ କରିଛି।

Share

Leave a Reply