ପୁଣି ଖାଉଟିଙ୍କ ଉପରେ ମହଙ୍ଗା ଛାଟ, ବଢ଼ିବ ଟାଟା ଲୁଣ ଦାମ୍

You are currently viewing ପୁଣି ଖାଉଟିଙ୍କ ଉପରେ ମହଙ୍ଗା ଛାଟ, ବଢ଼ିବ ଟାଟା ଲୁଣ ଦାମ୍

ଭୁବନେଶ୍ୱର: ମହଙ୍ଗା ହେବାକୁ ଯାଉଛି ଟାଟା ଲୁଣ। ବର୍ତ୍ତମାନ ଟାଟା ଲୁଣ ଦାମ୍ ୨୮ ଟଙ୍କା ଥିବା ବେଳେ ଆଗକୁ ଏହି ଦର ଆହୁରି ବଢ଼ିବ। ବର୍ଦ୍ଧିତ ଦରବୃଦ୍ଧି ଯୋଗୁ କମ୍ପାନୀର ଲାଭ ପ୍ରଭାବିତ ହୋଇଛି। ଏଣୁ ଟାଟା କଞ୍ଜ୍ୟୁମର ପ୍ରଡ଼କ୍ଟ୍‌ସ ଦର ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି। ଏ ନେଇ କମ୍ପାନୀର ଏମ୍‌ଡି ତଥା ସିଇଓ ସୁନିଲ ଡିସ୍ୟୁଜା ଏହି ସୂଚନା ଦେଇଛନ୍ତି। ତେବେ ଏହି ଦର କେବେଠାରୁ ବଢ଼ିବ ସେ ନେଇ କୌଣସି ସୂଚନା ମିଳିନାହିଁ।

ଡିସ୍ୟୁଜା କହିଛନ୍ତି, ମାର୍ଜିନକୁ ଠିକ୍‌ ଭାବେ ବ୍ୟବସ୍ଥିତ କରିବା ପାଇଁ ଆମେ ଲୁଣ ଦାମ ବଢ଼ାଇବା ନେଇ ଚିନ୍ତା କରୁଛୁ। ଲୁଣ ଦାମ୍ ବଢ଼ାଇବା ପାଇଁ ବାରମ୍ବାର ଦାବି ହେଉଛି। ଏଣୁ ଆଗକୁ ଲୁଣ ଦାମ୍ ବଢ଼ାଇବା ସୁନିଶ୍ଚିତ ହୋଇଛି।

Share

Leave a Reply