ଭାରତରେ ଆଇଫୋନ୍‌ ତିଆରି କରିବ ଟାଟା, କେନ୍ଦ୍ର ଆଇଟି ମନ୍ତ୍ରୀ ଦେଲେ ସୂଚନା

You are currently viewing ଭାରତରେ ଆଇଫୋନ୍‌ ତିଆରି କରିବ ଟାଟା, କେନ୍ଦ୍ର ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ଆପଲ୍‌ର ଆଇଫୋନ୍‌କୁ ତିଆରି କରିବ ଟାଟା। ପ୍ରଥମ ଭାରତୀୟ କମ୍ପାନୀ ଭାବେ ଟାଟା ଆଇଫୋନ ତିଆରି କରିବ ବୋଲି ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି।
କେନ୍ଦ୍ର ଆଇଟି ମନ୍ତ୍ରୀ କହିଛନ୍ତି ଯେ ଆଇଫୋନ୍ ତିଆରି କରୁଥିବା ସଂସ୍ଥା ୱି‌ଷ୍ଟ୍ରନର କାରଖାନାକୁ ଟାଟା ଅଧିଗ୍ରହଣ କରିବା ନେଇ ଚୂଡ଼ାନ୍ତ ହୋଇଛି। ସେହି କାରଖାନାରେ ଭାରତ ଓ ସାରା ବିଶ୍ବ ଲାଗି ଟାଟା ଆଇଫୋନ୍ ତିଆରି କରିବ। ତାଇୱାନର କଂପାନି ୱିଷ୍ଟ୍ରନ୍ ଏହାର ଭାରତ କାରଖାନାକୁ ୧୨୫ ନିୟୁତ ଡଲାରରେ ଟାଟାକୁ ବିକ୍ରି କରିଛି। କଂପାନିର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ଯେ ଭାରତରେ ତିନିଟି ସଂସ୍ଥା ୱି‌‌ଷ୍ଟ୍ରନ, ପେଗାଟ୍ରନ ଓ ଫକ୍ସକନ୍ ଆଇଫୋନ୍ ତିଆରି କରୁଥିଲେ। କିନ୍ତୁ ଏବେ ୱିଷ୍ଟ୍ରନ ଭାରତରୁ ଓହରିଯାଇଛି।

Share

Leave a Reply