ସ୍କୁଲରେ ପଡ଼ିଲା ତାଲା, ଶିକ୍ଷକ ନିଯୁକ୍ତି ଦାବି

You are currently viewing ସ୍କୁଲରେ ପଡ଼ିଲା ତାଲା, ଶିକ୍ଷକ ନିଯୁକ୍ତି ଦାବି

ଅନୁଗୁଳ: ଅନୁଗୁଳ ବ୍ଲକ୍ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇବା ରାସ୍ତା ଉପରେ ଧାରଣାରେ ବସିଥିଲେ। ଫଳରେ ବନ୍ତଳା-ପୁରୁଣାକୋଟ ରାସ୍ତାରେ ପ୍ରାୟ ୩ ଘଣ୍ଟା ଧରି ଗାଡ଼ିମଟର ଯାତାୟାତ ବ୍ୟାହତ ହୋଇଥିଲା। ପ୍ରକାଶ ଯେ, ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମୋଟ୍ ୨୧୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଅନ୍ୟୁନ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆବଶ୍ୟକତା ଥିବା ବେଳେ ଏବେ ମାତ୍ର ଦୁଇ ଜଣ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ଜଣେ ଛୁଟିରେ ଗଲେ ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କ ଦ୍ବାରା ଏତେଗୁଡ଼ାଏ ପିଲାଙ୍କୁ ପାଠ ପଢ଼ାଇବା ତ ଦୂର କଥା ଜଗିବା ମଧ୍ୟ କାଠିକର ହୋଇପଡ଼ିଛି। ଗତ ଅକ୍ଟୋବର ମାସରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ପ୍ରଧାନଙ୍କ ସହ ଅନ୍ୟ ସଦସ୍ୟମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଏହି ମର୍ମରେ ଅନୁରୋଧ କରିଥିଲେ।ଆଉ ୪ ଜଣ ଶିକ୍ଷକ ଆବଶ୍ୟକତା ନେଇ ଅବଗତ କରାଯାଇଥିଲେ ମଧ୍ୟ ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ୩ ଘଣ୍ଟା ଧରି ଧାରଣାରେ ବସି ରହିଥିଲେ ମଧ୍ୟ କେହି ଆଲୋଚନାକୁ ଆସିନଥିଲେ। ହେଲେ ଦାବି ପୂରଣ ହେବା ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡ଼ିରହିବ ବୋଲି ଅଭିଭାବକଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

Share

Leave a Reply