ଏନ୍ଏଚ-୫୫ରେ ପୁଣି ଗଡ଼ିଲା ମୁଣ୍ଡ

You are currently viewing ଏନ୍ଏଚ-୫୫ରେ ପୁଣି ଗଡ଼ିଲା ମୁଣ୍ଡ

ଅନୁଗୁଳ: ଅନୁଗୁଳ ଟାଉନ ମଧ୍ୟରେ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥ ପୁଣି ମୁଣ୍ଡ ନେଇଛି। ଶନିବାର ଅପରାହ୍ନରେ ଟ୍ରକ୍ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣାରେ ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ସ୍କୁଟର ପଛରେ ଟ୍ରକ୍ ଧକ୍କା ଦେବାରୁ ସ୍କୁଟର ଆରୋହୀ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ଵାମୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରାଯାଇଛି। ଅନୁଗୁଳ କଲେଜ ଛକ ଅଞ୍ଚଳର ବାସିନ୍ଦା ରମେଶ ଦାଶ, ତାଙ୍କ ପତ୍ନୀ ଲିଲି ଓ ପୁଅ  କାଣ୍ଡସର ଜଣେ ସମ୍ପର୍କୀୟଙ୍କ ଘରକୁ ସ୍କୁଟରରେ ଯାଉଥିବା ବେଳେ ସ୍ଥାନୀୟ କାଲଟାକ୍ସ ଛକ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସମ୍ବଲପୁର ପଟୁ ଦୃତଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ଅନୁଗୁଳ ଟାଉନ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି।

Share

Leave a Reply