ଅନୁଗୁଳ: ଆସନ୍ତା ୨୦ ତାରିଖରୁ ସାହାଣୀ କପ୍ ଫୁଟବଲ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଅନୁଗୁଳ ଦଳର ଖେଳାଳୀ ଚୟନ ପାଇଁ ଆସନ୍ତା ୧୫ ତାରିଖରେ ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଏକ ଶିବିର ଅନୁଷ୍ଠିତ ହେବ। ଯେଉଁମାନେ ଏଥିପାଇଁ ଉପଯୁକ୍ତ ମନେ କରୁଛନ୍ତି ସେମାନେ ନିଜର ଆଧାର କାର୍ଡ ଏବଂ ପାସ ପୋର୍ଟ ସାଇଜ ଫଟୋ ସହ ଅପରାହ୍ନ ଦୁଇଟା ସୁଦ୍ଧା ନାଲକୋ କ୍ରୀଡା ଅଧିକାରୀ ସୁରଜ୍ ଥାପାଙ୍କୁ ସାକ୍ଷାତ କରିବାକୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ଜଣାଇଛନ୍ତି।
ଆସନ୍ତା ୧୫ରେ ସାହାଣୀ କପ୍ ପାଇଁ ଦଳ ଚୟନ
- Post published:September 10, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul