୧୦ ଦଫା ଦାବି ନେଇ ଶ୍ରମିକ ସଂଘ ଜିଲ୍ଲାପାଳଙ୍କୁ ଭେଟିଲା

You are currently viewing ୧୦ ଦଫା ଦାବି ନେଇ ଶ୍ରମିକ ସଂଘ ଜିଲ୍ଲାପାଳଙ୍କୁ ଭେଟିଲା

ଅନୁଗୁଳ: ୧୦ ଦଫା ଦାବି ନେଇ ଶ୍ରୀମେଟାଲିକ୍ସ ଶ୍ରମିକ ସଂଘ ଶୁକ୍ରବାର ଜିଲ୍ଲାପାଳ ଅବଦାଲ ଏମ  ଅଖତାରଙ୍କୁ ଭେଟି ଏକ ସ୍ମାରକ ପ୍ରଦାନ କରିଥିଲା। ସଂଘର ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶ୍ରମିକ ମାନେ ଅଭିଯୋଗ କରିଥିଲେକି ୨୦୧୧ ରେ କମ୍ପାନୀ ବନ୍ଦ ହେବାପରେ ୨୦୨୨ ରେ ପୁଣି ଚାଲୁ ହୋଇଛି। କିନ୍ତୁ କମ୍ପାନୀ କର୍ତୃପକ୍ଷ ଇପିଏଫ କାଟୁ ନାହାନ୍ତି,ପୂର୍ବର ବକେୟା ପ୍ରାପ୍ୟ ଦେଉନାହାନ୍ତି। ବର୍ତମାନ ଶ୍ରମିକ ମାନଙ୍କୁ ନିଯୁକ୍ତି ପତ୍ର ମିଳୁନାହିଁ। କମ୍ପାନୀରେ ଏବେ ପ୍ରାୟ ନ ଶହରୁ ଉର୍ଧ୍ଵ ଲୋକ କାମମକରୁଥିଲେ ମଧ୍ୟ କାରଖାନା କର୍ତୃପକ୍ଷଙ୍କ ପାଖରେ କୌଣସି ହିସାବନାହିଁ। ପୁରୁଣା ଶ୍ରମିକ ସଂଘ ନିର୍ମାଣଂକରାଯାଉଥିବା ବେଳେ କମ୍ପାନୀ ସେଥିରେ ବାଧା ସୃଷ୍ଟି କରୁଛି। କମ୍ପାନୀ କଥାରେ କାମ ନ କଲେ ଗୁଣ୍ଡା ଲଗାଇ ମାର-ଧର କରୁଛନ୍ତି ଶ୍ରମିକ ମାନଙ୍କୁ ବକେୟା ପ୍ରାପ୍ୟ ଦେଉନାହାନ୍ତି। ତେଣୁ କମ୍ପାନୀ ଶ୍ରମିକଙ୍କ ଦାବି ପ୍ରତି ଧ୍ୟାନ୍ ଦେବାକୁ ଦାବି ହେଉଛି।

Share

Leave a Reply