ମହାଆଡ଼ମ୍ବରରେ ପାଳିତ ହେଲା ହରି ସଭାର ୧୦୧ତମ ବାର୍ଷିକ ଉତ୍ସବ

You are currently viewing ମହାଆଡ଼ମ୍ବରରେ ପାଳିତ ହେଲା ହରି ସଭାର ୧୦୧ତମ ବାର୍ଷିକ ଉତ୍ସବ

ଅନୁଗୁଳ : ସ୍ଥାନୀୟ ଅମଲାପଡାରେ ହରି ସଭାର ୧୦୧ ତମ ବାର୍ଷିକ ଉତ୍ସବ ସହ ରାଧାଷ୍ଟମୀ ଧୁମଧାମରେ ପାଳିତ ହୋଇଛି। ଭାଦ୍ରବ ଶୁକ୍ଳାଷ୍ଟମୀ ତଥା ରାଧାଷ୍ଟମୀ ଅବସରରେ ହରିସଭା ମଣ୍ଡପ ପରିସରରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆଜି ଜାରି ରହିଛି। ଚଳିତ ଥର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଆଠଟି ସଂକୀର୍ତ୍ତନ ଦଳ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ରବିବାର ସକାଳେ ନଗର ପରିକ୍ରମା ପରେ ଶେଷ ହେବ।

ସୂଚନା ଅନୁଯାୟୀ, ଅମଲାପଡା ଦ୍ଵିତୀୟ ଗଳିରେ ଥିବା ହରିସଭା ମଣ୍ଡପରେ ୧୯୨୨ ମସିହାରୁ ରାଧାଷ୍ଟମୀ ତିଥିରେ ଅଷ୍ଟ ପ୍ରହାର ନାମଜଜ୍ଞ ଅନୁଷ୍ଠିତ ହୋଇ ଆସୁଛି। ପରେ ୨୦୧୨ ମସିହା ଶ୍ରୀ ପଞ୍ଚମୀଠାରୁ ଏହି ମଣ୍ଡପରେ ରାଧାକୃଷ୍ଣଙ୍କ ବିଗ୍ରହ ସ୍ଥାପିତ ହୋଇଛି।

Share

Leave a Reply