ଶୌଚ ଯାଇଥିବା ବେଳେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

You are currently viewing ଶୌଚ ଯାଇଥିବା ବେଳେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
Law Judge Gavel And Legality Symbol

ଅନୁଗୁଳ: ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର କୋର୍ଟ ପୋକସୋ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ସ୍ଥାନୀୟ କିଶୋରନଗର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ୧୮. ୦୬. ୨୦୨୦ଦିନ ମଧ୍ୟାହ୍ନରେ ନିଜ ଘର ପାଖ ବିଲକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ଗାଁର ବବ୍ରୁ ବାହାନ ମହାନନ୍ଦିଆ (୨୮) ତାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ସମ୍ପୃକ୍ତା ନାବାଳିକା ଏସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ପରେ ପରିବାର ପକ୍ଷରୁ ଏନେଇ ସେତେବେଳେ କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ଦଫା ୩୭୬(୩)ଆଇ ପି ସି /୪ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ବବ୍ରୁ ବାହାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆଜି ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ ତଥା ସ୍ୱତନ୍ତ୍ର କୋର୍ଟ ପୋକସୋ ବିରଞ୍ଚି ନାରାୟଣ ମିଶ୍ର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ବବ୍ରୁ ବାହାନ ମହାନନ୍ଦିଆକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ପ୍ରଦୀପ କୁମାର ଭୂତିଆ ମାମଲା ପରିଚାଳନା କରିଥିଲେ।

Share

Leave a Reply