ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ଶୁକ୍ରବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର କୋର୍ଟ ପୋକସୋ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ମୁତାବକ, ୭. ୩. ୨୦୨୪ଦିନ ପୂର୍ବାହ୍ନ ୧୨ଟା ରେ ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ନାବାଳିକାକୁ ମାଳିବ୍ରାହ୍ମଣି ଗ୍ରାମର ସନାତନ ନାଏକ ଅସଦାଚରଣ କରିଥିଲେ। ଏନେଇ ନାବାଳିକାର ମା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ଦଫା 376-AB/6ପୋକସୋ ଆକ୍ଟରେ କେସ୍ ରୁଜୁ କରି ସନାତନ ନାଏକକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଆଜି ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ ସୌମ୍ୟା ଶୁଭଦର୍ଶିନୀ ଶୁଣାଣି କରି ୧୬ଜଣ ସାକ୍ଷୀ ପ୍ରମାଣକୁ ଆଧାରକରି ଅଭିଯୁକ୍ତ ସନାତନ ନାଏକକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ତତସହିତ ପୀଡିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ କରିବାପାଇଁ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।


