ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଭବନ ଉଦ୍‌ଘାଟିତ

You are currently viewing ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଭବନ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ପ୍ରଶାସନ ଭବନ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ପ୍ରଶାସନ ଭବନ ଉଦ୍‌ଘାଟିତ କରିଛନ୍ତି। ସାମ୍ମାନୀତ ଅତିଥି ଭାବେ ଅନୁଗୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ୪ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତିବାଳା ନାୟକ, ୨ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ହାଡ଼ିବନ୍ଧୁ ଦେହୁରୀ, ଜିଲ୍ଲା ବିଜେଡି ସମ୍ପାଦକ ଭାଗିରଥି ମାଝୀ, ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ବନ୍ତଳା ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଘନଶ୍ୟାମ ବେହେରା, ଯୁବନେତା ଅରୁଣାଭ ସିଂହ, ଯୁବ ବିଜେଡି ଉପ ସଭାପତି ସରୋଜ କୁମାର ନାୟକ, ଦୁର୍ଯ୍ୟୋଧନ ସାହୁ ପ୍ରମୂଖ ଉପସ୍ଥିତ ଥିଲେ।

Share

Leave a Reply