ଅଟୋରିକ୍ସା ବ୍ୟାଟେରୀ ଫାଟିଲା

You are currently viewing ଅଟୋରିକ୍ସା ବ୍ୟାଟେରୀ ଫାଟିଲା

ଅନୁଗୁଳ: ଅନୁଗୁଳ ସହର ଆଶ୍ରମ ଛଜ ନିକଟରେ ଥିବା ପେଟ୍ରୋଲ୍ ପମ୍ପ୍‌ ମଙ୍ଗଳବାର ଏକ ବଡ଼ ଅଘଟଣରୁ ବର୍ତି ଯାଇଛି। ପେଟ୍ରୋଲ୍ ପମ୍ପ୍‌ରେ ଛିଡ଼ା ହୋଇଥିବା ଏକ ଅଟୋରିକ୍ସାର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା। ମାତ୍ର ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ଯେ, ସମୟ ସାଢ଼େ ୭ଟା ହେବ। ଆଶ୍ରମ ଛକ ନିକଟ ପେଟ୍ରୋଲ୍ ପମ୍ପ୍ ଠାରେ ଏକ ଅଟୋରିକ୍ସା ପହଞ୍ଚିଥିଲା। ଅଟୋଟି ଛିଡ଼ା ହୋଇଥିବା ବେଳେ ଏଥିରୁ ବିସ୍ଫୋରଣର ଶବ୍ଦ ହୋଇଥିଲା। ଚାହୁଁ ଚାହୁଁ ଅଟୋ ଚାଳକ ଅଟୋରୁ ଡେଇଁପଡ଼ି ଦୌଡ଼ିବାକୁ ଲାଗିଥିଲେ।

ଦେଖିଲା ବେଳକୁ ଅଟୋର ବ୍ୟାଟେରୀଟି ଫାଟି ଯାଇଥିବା ଜଣାପଡ଼ିଥିଲା। କିଛି ସମୟ ନିରୀକ୍ଷଣ ପରେ ଅଟୋକୁ ପେଟ୍ରୋଲ୍ ପମ୍ପ୍‌ରୁ ବାହାର କରାଯାଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

Share

Leave a Reply