ଅନୁଗୁଳ: ଅପରିଷ୍କାର ପରିବେଶରେ ଚାଲିଛି ସରକାରୀ ସ୍ବୀକୃତିପ୍ରାପ୍ତ ବାର୍। ସ୍ଥାନୀୟ ଲିଙ୍ଗରାଯୋଡିରେ ଖୋଲିଥିବା ସରକାରୀ ସ୍ବୀକୃତିପ୍ରାପ୍ତ ବାର୍ ଅତ୍ୟନ୍ତ ଅପରିଷ୍କାର ସ୍ଥାନରେ ତିଆରି ହୋଇଛି। ବାର୍ ଭିତର ସାରା ଅଳିଆ ଆବର୍ଜନା, ଅଇଁଠା, ପ୍ଲାଷ୍ଟିକ ଜରି ପଡୁଛି। ଏଥିସହ ଗ୍ରାହକ ଯିବା ପରେ ତୁରନ୍ତ ଟେବୁଲ ସଫା ହେଉନାହିଁ। ଫଳରେ ଟେବୁଲ ବସିଲା ଯୋଗ୍ୟ ରହୁନାହିଁ। ଏଥିସହ ବାର୍ ଭିତରେ ବୁଲା କୁକୁର ଅଇଁଠା ପତ୍ର ପକାଇ ପରିବେଶକୁ ଅତ୍ୟନ୍ତ ଖରାପ କରିଦେଇଛନ୍ତି। କିନ୍ତୁ ଅପରିଚ୍ଛନ୍ନ ପରିବେଶରେ ବାର୍ ଚାଲୁଥିବା ବେଳେ ଅବକାରୀ ବିଭାଗର ଏଥିପ୍ରତି ନଜର ଦେଉନାହିଁ। ଏଣୁ ଅବକାରୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଅପରିଷ୍କାର ପରିବେଶରେ ଚାଲିଛି ବାର୍, ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେଉନାହିଁ ଅବକାରୀ ବିଭାଗ
- Post published:June 17, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul