ଅନୁଗୁଳ: ଅନୁଗୁଳ ମ୍ୟୁନିସପାଲିଟି କାର୍ଯ୍ୟାଳୟ ଠାରେ ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ଜନ୍ମ-ମୃତ୍ୟୁ ବିଭାଗ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହେବ। ଏହି ବିଭାଗଟି ଦୀର୍ଘବର୍ଷ ଧରି ନଗର ଉନ୍ନୟନ ବିଭାଗ ଅଧୀନରେ ଥିଲା। ରାଜ୍ୟ ସରକାରଙ୍କ ଗତ ମାର୍ଚ୍ଚ ତିନି ତାରିଖର ଚିଠି ଅନୁସାରେ ଏହା ସ୍ବାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର କରାଯାଇଛି। ଖୁବ୍ ଶୀଘ୍ର ଏହା ମେଡ଼ିକାଲ କୁ ସ୍ଥାନାନ୍ତର ହେବ। ଏଡିଏମ୍ଓ ମେଡ଼ିକାଲ ଏହି ବିଭାଗର ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିବେ। ସେହି ଭଳି ତାଳଚେର ଓ ଆଠମଲ୍ଲିକ ଜନ୍ମ-ମୃତ୍ୟୁ କାର୍ଯ୍ୟାଳୟ ଉପଖଣ୍ଡ ଡାକ୍ତରଖାନା କୁ ସ୍ଥାନାନ୍ତର ହେବ ଏବଂ ଏସଡିଏମଓ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିବେ ।
ଜନ୍ମ-ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟ ମେଡ଼ିକାଲରେ ଖୋଲିବ
- Post published:March 8, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul