ଅନୁଗୁଳ: ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅକ୍ଟୋବର ୨ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗାନ୍ଧିମାର୍ଗ ସ୍ଥିତ ଶିଶୁମନ୍ଦିର ପରିସରରେ ନିର୍ମିତ ଅତ୍ୟାଧୁନିକ ଅଡିଟୋରିୟମ୍ ହଲ୍ ଉଦ୍ଘାଟନ କରିବା ସହ କିଶୋରନଗର ବ୍ଲକ୍ ବାମୁର ଗାନ୍ଧୀ ସ୍ମୃତିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ପହିଲାରେ ରେଢ଼ାଖୋଲରେ ରାତ୍ରୀଯାପନ କରିବେ । ଦୁଇ ତାରିଖ ପୂର୍ବାହ୍ନରେ ବାମୁର ପୂର୍ତ୍ତ ବିଭାଗ ନୀରିକ୍ଷଣ ଡାକ ବଙ୍ଗଳା ଓ ସ୍ମୃତି ପରିଷଦ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜଏରାଟ ଗ୍ରାମକୁ ଯାଇ ହସ୍ତତନ୍ତ କାରିଗରମାନଙ୍କ ସହିତ ସାକ୍ଷାତ ଆଲୋଚନା କରି ପଦଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ପ୍ରାପ୍ତ ସୂଚନାରୁ ଜଣାଯାଇଛି । କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଦିନ ଜଏରାଟ ଗ୍ରାମ ପରିଦର୍ଶନ କରି ଫେରିଛନ୍ତି । ବରିଷ୍ଠ ବିଜେପି ନେତା ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଉପସଭାପତି ଅଜିତ ପ୍ରଧାନ, କୋଷାଧ୍ୟକ୍ଷ ବିଶ୍ବଜିତ ମିଶ୍ର ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଆସିବାକୁ ଥିବା ସ୍ଥାନ ବୁଲି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିନିଧି ମଣ୍ଡଳୀ ଗସ୍ତ ବେଳେ ସ୍ଥାନୀୟ ବିଜେପି କର୍ମକର୍ତା ଜଳଧର ପ୍ରଧାନ, ବାନାମ୍ବର ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ବଂଶୀଧର ସେଠୀ ଓ ଅର୍ଜୁନ ପାଣ୍ଡେ, କୃଷକ ମାର୍ଜା ଜିଲ୍ଲା ସମ୍ପାଦକ ରନାକର ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଲେଖ ପ୍ରଧାନ, ଅଞ୍ଛଳ ପ୍ରଧାନ ଓ ହୃଦାନନ୍ଦ ପ୍ରଧାନ, ମଣ୍ଡଳ ପ୍ରଭାରୀ ଅରବିନ୍ଦ ସାହୁ ସ୍ଥାନୀୟ ସରପଞ୍ଚ ସ୍ୱୟଂବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁଗୁଳ ଗସ୍ତ ନେଇ ବିଜେପିର ପ୍ରସ୍ତୁତି
- Post published:September 29, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
