ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ବିଜେପିର ବିଧାୟକ ଟିମ୍, ୨୦ ଲକ୍ଷ ଟଙ୍କା ଦେବାକୁ ଦାବି

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ବୁଧବାର ବିଜେପି ଦଳର ନେତୃବୃନ୍ଦ ଭେଟିଛନ୍ତି।
ବିରୋଧୀ ଦଳ ବିଜେପିର ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ବିଧାୟକ ନାଉରି ନାଏକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଠାକୁର ରଂଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଭାଗିରଥି ପ୍ରଧାନ ପ୍ରମୁଖ ଏକ ପ୍ରତିନିଧି ଦଳ ହାତୀ ଆକ୍ରମଣରେ ମୃତାହତ ହୋଇଥିବା ଚାରୋଟି ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଛେଳିଆପଡା, ଅଙ୍ଗାର ବନ୍ଧ, ବାରସିଂହ ଓ ଗଡ଼ ସନ୍ତିରୀ ଗ୍ରାମର ଯଥାକ୍ରମେ ମୃତାହତ ହୋଇଥିବା ସୁବାସ ବିଶ୍ୱାଳ, ଅନିରୁଦ୍ଧ ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ ଓ ଅଜୟ ସାମଲଙ୍କ ପରିବାର ବର୍ଗଙ୍କୁ ଭେଟି ଥିଲେ।

ଏ ଅବସରରେ ରାଜ୍ୟ ସରକାର କୋଡିଏ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ପରିବାରରୁ ଜଣକୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଥିଲେ। କାର୍ଯ୍ୟକ୍ରମରେ ଅନୁଗୁଳ ପ୍ରଭାରୀ ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!