ଅନୁଗୁଳରେ ପ୍ରଥମ ମାରଣା ଷଣ୍ଢଙ୍କୁ ନିଶ୍ଚେତକ ଦେଇ ସ୍ଥାନାନ୍ତର କରାଗଲା

You are currently viewing ଅନୁଗୁଳରେ ପ୍ରଥମ ମାରଣା ଷଣ୍ଢଙ୍କୁ ନିଶ୍ଚେତକ ଦେଇ ସ୍ଥାନାନ୍ତର କରାଗଲା

ଅନୁଗୁଳ: ସହର ଭିତରେ ବୁଲା ଗାଈ ଗୋରୁ ଷଣ୍ଢଙ୍କ ଉତ୍ପାତରେ ଘାଣ୍ଟି ହେଉଥିଲେ ସ୍ଥାନୀୟ ବାସିନ୍ଦା।ବିଶେଷ କରି ବଜାର ଛକରୁ ଗାନ୍ଧୀ ମାର୍ଗ ଛକ ମଧ୍ୟରେ କିଛି ମାରଣା ଷଣ୍ଢ ଲୋକଙ୍କୁ ଆକ୍ରମଣ କରିବା ସହ କାର ବାଇକ୍ ଆଦିକୁ ଭାଙ୍ଗି ଦେଇଥିଲେ। ଏଥିନେଇ କିଛି ବ୍ୟବସାୟୀ ଓ ସ୍ୱେଚ୍ଛାସେବୀ ଜିଲ୍ଲାପାଳଙ୍କୁ ଭେଟିବାରୁ ଷଣ୍ଢ ସ୍ଥାନାନ୍ତର ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସୋମବାର ବଡି ଭୋର୍ ସମୟରେ ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଏବଂ ପ୍ରାଣୀଧନ ଅତିରିକ୍ତ ନିର୍ଦ୍ଦେଶକ ଡ଼ା କେଶବ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଏବଂ ଜଙ୍ଗଲ ବିଭାଗ ନିଶ୍ଚେତକ ଟିମ୍ ସହାୟତାରେ ସଞ୍ଜିବନୀ ମାର୍କେଟ ଓ ବଜାର ରାସ୍ତାରୁ ଷଣ୍ଢ ଅପସାରଣ କରାଯାଇ ଗୋଶାଳାକୁ ପଠା ଯାଇଥିଲା। ଅନୁଗୁଳ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଷଣ୍ଢ ସ୍ଥାନାନ୍ତର କରାଯାଉଥିବାରୁ ସାଧାରଣରେ କୌତୁହଳ ପ୍ରକାଶ ପାଇଥିଲା। ବଜାରରୁ ଏହି ଷଣ୍ଢ ଅପସାରଣ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ହେବ ବୋଲି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି।

Share

Leave a Reply