ଅନୁଗୁଳ: ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଛି। ଅନିୟନ୍ତ୍ରିତ ଜୀବନଶୈଳୀ ଗୁଟଖା,ମାଦକ ଦ୍ରବ୍ୟ ସେବନ ଆଦି ଯୋଗୁଁ କ୍ୟାନସର ରୋଗ ବଢ଼ିବାରେ ଲାଗିଛି।ବିଶେଷ କରି ଆଜିର ଯୁବ ସମାଜ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି।ପୁରୁଷ ମାନେ ମୁଖ, ପେଟ ଓ ଫୁସଫୁସ କର୍କଟ ରୋଗର ଶିକାର ହେଉଥିବାବେଳେ ମହିଳା ମାନେ ବ୍ରେଷ୍ଟ, ଓଭାରି କ୍ୟାନସରର ଶିକାର ହେଉଛନ୍ତି। ବେଳେବେଳେ ଶିଶୁ ମାନଙ୍କୁ ମଧ୍ୟ ରକ୍ତ କର୍କଟ ହେଉଥିବା ଦେଖିବାକୁ ମିଳୁଚି।ଅନୁଗୁଳ ଜିଲ୍ଲାରେ ଏ ରୋଗର ଚିକିତ୍ସା ପାଇଁ ଡିଏମଏଫ୍ ଫଣ୍ଡରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ରୋଗକୁ ଶୀଘ୍ର କିଭଳି ଚିହ୍ନଟ କରାଯାଇ ଚିକିତ୍ସା କରାଯିବ ସେନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆମ୍ରି ,ଆପୋଲୋ ଭଳି କର୍ପୋରେଟ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ମାନେ ଏଠି ଚିକିତ୍ସା ସେବା ଦେଉଛନ୍ତି। ପ୍ରତି ମାସର ପ୍ରଥମ ଓ ତୃତୀୟ ମଙ୍ଗଳବାର ଅଙ୍କୋଲୋଜିଷ୍ଟ ଡା ସୌରଭ ମିଶ୍ର, ଦ୍ଵିତୀୟ ଓ ଚତୁର୍ଥ ମଙ୍ଗଳବାର ଡା ସୁନିଲ ଜଏସ୍ୱାଲ ଏବଂ ଦ୍ଵିତୀୟ ଓ ଚତୁର୍ଥ ବୁଧବାର ଦିନ ରେଡିଏସନ୍ ଅଙ୍କୋଲୋଜିଷ୍ଟ୍ ଡା ସ୍ଥିତି ଦାସ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ରୋଗୀମାନେ ଏହାର ସୁଯୋଗ ନେବା ଉଚିତ୍। ବିଶ୍ଵ କର୍କଟ ଦିବସ ଅବସରରେ ଏଟିଭିକୁ ଏକ ସାକ୍ଷାତକାରରେ ଏକଥା ପ୍ରକାଶ କରିଛନ୍ତି ଏଡିଏମ୍ଓ ମେଡ଼ିକାଲ ଡା ମାନସ ରଂଜନ ବିଶ୍ବାଳ। ଡା ବିଶ୍ବାଳ ଖୁବ୍ ଶୀଘ୍ର କର୍କଟ ୱାର୍ଡକୁ ପୂର୍ଣ୍ଣାଙ୍ଗ କରାଯିବା ସହ ଆବଶ୍ୟକ ହେଲେ କର୍କଟ ଜନିତ ନିଦାନ କେନ୍ଦ୍ରର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ। ଏହା ଛଡା ଜିଲ୍ଲା ଏନସିଡିସେଲ ପକ୍ଷରୁ କର୍କଟ ରୋଗ ନେଇ ପରାମର୍ଶ ଦିଆଯାଉଥିବା ଜଣା ପଡ଼ିଛି ।
କ୍ୟାନସର ୱାର୍ଡକୁ ଖୁବ୍ଶୀଘ୍ର ପୂର୍ଣ୍ଣାଙ୍ଗ କରାଯିବ
- Post published:February 5, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul