ଠକି ଦେଲେ ଠିକାଦାର: ସନ୍ଥପଡ଼ାରେ ନବନିର୍ମିତ ବ୍ରାହ୍ମଣୀ ସେତୁରେ ପୁଣି ବିରାଟ ଫାଟ, ସୁରକ୍ଷିତ ଯାତାୟାତ ସ୍ୱପ୍ନ

You are currently viewing ଠକି ଦେଲେ ଠିକାଦାର: ସନ୍ଥପଡ଼ାରେ ନବନିର୍ମିତ ବ୍ରାହ୍ମଣୀ ସେତୁରେ ପୁଣି ବିରାଟ ଫାଟ, ସୁରକ୍ଷିତ ଯାତାୟାତ ସ୍ୱପ୍ନ

ତାଳଚେର: ତାଳଚେର ସନ୍ଥପଡ଼ା ବ୍ରାହ୍ମଣୀ ନୂତନ ସେତୁ ଉପରେ ବିରାଟ ଗର୍ତ୍ତ। ମାତ୍ର ବର୍ଷେ ତଳେ ଏହି ସେତୁ ନିର୍ମିତ ହୋଇଥିଲା। କିନ୍ତୁ ଏତେ ଶୀଘ୍ର ସେତୁ ଉପରେ ଗର୍ତ୍ତ ହୋଇଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାରଙ୍କ ଠକେଇ ଜଳଜଳ ହୋଇ ଦିଶୁଛି।

ସୂଚନା ମୁତାବକ, ସନ୍ଥପଡ଼ାରେ ଥିବା ପୁରୁଣା ବ୍ରିଜ ଦୁର୍ବଳ ହେବାରୁ ପାଖରେ ଆଉ ଗୋଟିଏ ନୂତନ ସେତୁ ନିର୍ମାଣ କରାଯାଇଥିଲା। ଏହାର ନିର୍ମାଣ ପରେ ଗାଡ଼ି ଚଳପ୍ରଚଳ ପାଇଁ ପ୍ରଶାସନ ପକ୍ଷରୁ ସ୍ୱୀକୃତି ମିଳିଥିଲା। କିନ୍ତୁ ମାତ୍ର କିଛି ଦିନ ପରେ ସେଠାରେ ବଡ଼ଗର୍ତ୍ତ ସୃଷ୍ଟି ହୋଇଥିଲା। ଠିକାଦାର ନିକଟରେ ସେହି ଗର୍ତ୍ତକୁ ବନ୍ଦ କରିବାପରେ ଏବେ ସେତୁର ଆଉ ଏକ ଅନ୍ୟରେ ଗାତ ହୋଇଛି। ଏଥିସହ ଠିକାଦାର ଓ ଇଞ୍ଜିନିୟରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବାରମ୍ବାର ଏପରି ଘଟୁଛି ବୋଲି ଅଭିଯୋଗ ହେଉଛି। ତେଣୁ ଉକ୍ତ ଠିକା କମ୍ପାନୀକୁ ବ୍ଲାକ ଲିଷ୍ଟ କରିବା ସହିତ ସମ୍ପୃକ୍ତ ଅଧିକାରୀକୁ ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି।

Share

Leave a Reply