ବର୍ଷାରେ କାଉନସିଲରଙ୍କ ଘର ଭୁଶୁଡ଼ିଲା

You are currently viewing ବର୍ଷାରେ କାଉନସିଲରଙ୍କ ଘର ଭୁଶୁଡ଼ିଲା

ଅନୁଗୁଳ: ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଅନୁଗୁଳ ପୌରପାଳିକାର ୧୭ ନମ୍ବର ୱାର୍ଡର କାଉନସିଲର ସଂଯୁକ୍ତା ନନ୍ଦଙ୍କ ଚାଳଘରର ଗୋଟିଏ କାନ୍ଥ ଭୁଶୁଡି ପଡିଥିଲା। ସେ ଦୀର୍ଘ ଦିନ ଧରି ଚାଳ ଛପର ଘରେ ରହି ଆସୁଥିଲେ। ସେ ଆବାସ ଯୋଜନାରେ ଘର ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ରବିବାର ଅପରାହ୍ନରେ ଘରର ଗୋଟିଏ କାନ୍ଥ ଭୁଶୁଡି ପଡିବାରୁ ସଂଯୁକ୍ତାଙ୍କ ଦୁର୍ଦଶା ବଢିଯାଇଛି। ସେ ଏଥି ନେଇ ପୌରାଧକ୍ଷଙ୍କୁ ଜଣାଇ ଥିବା ସଂଯୁକ୍ତା କହିଛନ୍ତି।

Share

Leave a Reply