୧୦ ବର୍ଷ ପରେ ମିଳିଲା ନ୍ୟାୟ: ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

You are currently viewing ୧୦ ବର୍ଷ ପରେ ମିଳିଲା ନ୍ୟାୟ: ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ଅନୁଗୁଳ: ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସତ୍ୟ ନାରାୟଣ କର ଏକ ହତ୍ୟା ମାମଲାର ବିଚାର କରି ୧୭ ଜଣ ସାକ୍ଷ୍ୟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଗୋକୁଳ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ୨୦୧୪ ମସିହା ଫେବ୍ରୁଆରୀ ୨ ତାରିଖ ରାତିରେ ଡେରେଙ୍ଗ ମଝି ସାହିର ଗୋକୁଳ ବେହେରା ତାର ବାପା ଦୟା ବେହେରାଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା କରିଥିଲା। ଏ ନେଇ କଣିହାଁ ଥାନା ପୋଲିସ ପହଲି ବେହେରାର ଏତଲା ଆଧାରରେ ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ କରି ପୁଅକୁ ଗିରଫ କରିଥିଲା। ଆଜି ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ ଗୋକୁଳ ବେହେରାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ମାମଲାକୁ ସରକାରଙ୍କ ତରଫରୁ ସରକାରୀ ଓକିଲ ଜ୍ୟୋତି ପ୍ରକାଶ ମହାପାତ୍ର (କ୍ୟାଡ଼ର), ନିର୍ମଳ କୁମାର ତ୍ରିପାଠୀ ଏବଂ ନରେଶ ନାଏକ ପରିଚାଳନା କରୁଥିଲେ।

Share

Leave a Reply