ଅନୁଗୁଳ: ଅନୁଗୁଳ-ସମ୍ବଲପୁର ରେଳ ଲାଇନର ଜରପଡା ଓଭରବ୍ରିଜ ଠାରୁ ଦୁଇଶହ ମିଟର ଦୂରରେ ଟ୍ରେନ ଧକ୍କାରେ ଗୁରୁବାର ରାତିରେ ଏକ ଦନ୍ତାର ମୃତ୍ୟୁ ହୋଇଛି। ମୃତ ହାତୀଟି କିଛିଦିନ ହେବ ଜେରଙ୍ଗ ବୁଢ଼ା ବୁଢ଼ୀ ଠାକୁରାଣୀ ପାହାଡ ପାଖରେ ରହୁଥିଲା। ବନ କର୍ମଚାରୀମାନେ ହାତୀକୁ ଘଉଡ଼ାଉଥିବା ବେଳେ ସେ ରାତିରେ ରେଳ ଧାରଣା ଅତିକ୍ରମ କରୁଥିଲା। ଏହି ସମୟରେ ସମ୍ବଲପୁର ହାୱଡା ଶାଲିମାର ରେଳ ସହିତ ହାତୀ ଧକ୍କା ହୋଇ ପ୍ରାଣ ହରାଇଥିଲା। ତେବେ ହାତୀ ମୃତ୍ୟୁର ତଦନ୍ତ ପରେ ସାତକୋଶିଆ ବନ୍ୟପ୍ରାଣୀ ଅଧିକାରୀ ଡାକ୍ତର କିଶୋର ଚନ୍ଦ୍ର ସାହୁ ଓ ଛେଣ୍ଡିପଦା ପ୍ରାଣୀ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା କିଶୋର ନଗର ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କମଳ ଲୋଚନ ଦାସ ମୃତ ହାତୀର ବ୍ୟବଚ୍ଛେଦ କରିଥିଲେ। ପରେ ବନବିଭାଗ ପକ୍ଷରୁ ଗାତ ଖୋଳି ହାତୀକୁ ପୋତି ଦିଆଯାଇଛି। ଏହି ସମୟରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଏମ ଜଗଦୟା ନନ୍ଦ, ବନ୍ୟପ୍ରାଣୀ ସଂରକ୍ଷକ ରଞ୍ଜନ କୁମାର ବେହେରା, ବନଖଣ୍ଡ ଅଧିକାରୀ ବିବେକ କୁମାର, ଜରପଡା ବନାଞ୍ଚଳ ଅଧିକାରୀ ମାଧବ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟବଚ୍ଛେଦ ପରେ ପୋତାଗଲା ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ଦନ୍ତାର ମୃତ ଦେହ
- Post published:April 7, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal

Tags: Angul