ବଜ୍ରପାତରେ ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବାକୁ ମିଳିଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ଗଲା ଜୀବନ; ବ୍ୟବଚ୍ଛେଦ ପାଇଁ ମୋଟର ସାଇକେଲରେ ବୁହା ହେଲା ମୃତ ଦେହ

You are currently viewing ବଜ୍ରପାତରେ ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବାକୁ ମିଳିଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ଗଲା ଜୀବନ; ବ୍ୟବଚ୍ଛେଦ ପାଇଁ ମୋଟର ସାଇକେଲରେ ବୁହା ହେଲା ମୃତ ଦେହ

ଅନୁଗୁଳ: ସ୍ଥାନୀୟ ବଲାସିଂହା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ଦୁଆରି ଗୁରୁ (୬୦)।

ସୂଚନା ମୁତାବକ, ଦୁଆରି ଗାଈ ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ୩ ଟା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ କଲ ସେଣ୍ଟର ପକ୍ଷରୁ ଅପେକ୍ଷା କରିବାକୁ କୁହାଯାଇଥିଲା। କିନ୍ତୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଲୋକେ ବାଧ୍ୟ ହୋଇ ମୋଟର ସାଇକେଲରେ ଆଣିବାକୁ ଚିନ୍ତା କରିଥିଲେ। କିନ୍ତୁ ସେତେବେଳକୁ ଦୁଆରିଙ୍କର ମୃତ୍ୟୁ ହୋଇ ସାରିଥିଲା।

ବ୍ୟବଚ୍ଛେଦ ପାଇଁ ବାଧ୍ୟ ହୋଇ ଦୁଇ ଜଣ ଯୁବକ ତାଙ୍କୁ ମୋଟର ସାଇକେଲ ମଝିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଆଜି ମୃତ ଦେହ ବ୍ୟବଚ୍ଛେଦ ହେବ। ତେବେ ଆମ୍ବୁଲାନ୍ସ ନ ମିଳିବା ଯୋଗୁଁ ମୃତଦେହ ପଡ଼ିବା ରହିବା ପରେ ମୋଟରସାଇକେଲରେ ବୁହା ହୋଇ ଆସିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Share

Leave a Reply