କେନ୍ଦ୍ର ସାର ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବାଙ୍କୁ ଭେଟି ପର୍ଯ୍ୟାପ୍ତ ସାର ଯୋଗାଇବାକୁ ଦାବି କଲେ ଜିଲ୍ଲା ବିଜେପିର ନେତୃବୃନ୍ଦ

0

ଅନୁଗୁଳ: ତାଳଚେର ଗସ୍ତରେ ଥିବା କେନ୍ଦ୍ର ସାର ରସାୟନ ଓ ଅକ୍ଷୟ ଉର୍ଜା ମନ୍ତ୍ରୀ ଭଗୱନ୍ତ ଖୁବାଙ୍କୁ ଶୁକ୍ରବାର ଜିଲ୍ଲା ବିଜେପି ନେତୃବୃନ୍ଦ ଭେଟିଛନ୍ତି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କର୍ମୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଏକ ୪ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି।

ଏ ଅବସରରେ ଜିଲ୍ଲାକୁ ପର୍ଯ୍ୟାପ୍ତ ସାର ଯୋଗାଇବାକୁ, ଅନୁଗୁଳରେ ସାର ରେକ କରି ରେଳ ଯୋଗେ ସାର ଯୋଗାଇବାକୁ, ତାଳଚେର ସାର କାରଖାନାକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଓ ଜିଲ୍ଲାର କୁଶଳୀ ଓ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଦାବି କରିଥିଲେ।

ଦାବି ପତ୍ର ପ୍ରଦାନ ବେଳେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ଯ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଜିଲ୍ଲା ଉପସଭାପତି ଅମିୟ ତ୍ରିପାଠୀ, ସାଧାରଣ ସମ୍ପାଦକ ସୁଦୀପ୍ତ ଗଡ଼ନାୟକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ପ୍ରକାଶ ସିଂ, ମଣ୍ଡଳ ସଭାପତି ପ୍ରହଲ୍ଲାଦ ସାମଲ, ଫକୀର ସାହୁ, ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!