ପାଣୁ ସେଠୀ ହତ୍ୟା ମାମଲା: ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲେ ପରିବାର ଲୋକ

You are currently viewing ପାଣୁ ସେଠୀ ହତ୍ୟା ମାମଲା: ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲେ ପରିବାର ଲୋକ

ଅନୁଗୁଳ: ନ୍ୟାୟ ଆଶାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ। ସୂଚନା ମୁତାବକ, ସ୍ଥାନୀୟ ଛେଣ୍ଡିପଦା ଗାଁର ପାଣୁ ସେଠୀଙ୍କୁ ଗତ ଏପ୍ରିଲ ୨୪ ତାରିଖରେ ହତ୍ୟା କରାଯାଇଥିଲା। ଏ ନେଇ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କିନ୍ତୁ ଇତି ମଧ୍ୟରେ ମାସେ ପୂରିବାକୁ ବସିଥିଲେ ବି ମାମଲାର ଠିକ୍ ଭାବରେ ତଦନ୍ତ ହୋଇନାହିଁ। ଏଣୁ ନ୍ୟାୟ ଆଶାରେ ପରିବାର ଲୋକ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ପରିବାର ଲୋକଙ୍କ କହିବାନୁଯାୟୀ, ପାଣୁ ସେଠୀଙ୍କ ହତ୍ୟା ମାମଲାରେ ଛେଣ୍ଡିପଦା ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଖୁଲମଖୁଲା ବୁଲୁଛନ୍ତି। ଏଣୁ ହତ୍ୟା ଘଟଣାର ଆଉ ଥରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

Share

Leave a Reply