୮ଟି ଜିଲ୍ଲା ପରିଷଦ ଜେନ୍‌ର ଭୋଟ ଗଣତି ଆଜି

You are currently viewing ୮ଟି ଜିଲ୍ଲା ପରିଷଦ ଜେନ୍‌ର ଭୋଟ ଗଣତି ଆଜି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର ସକାଳ ୭ଟାରୁ ସମସ୍ତ ବ୍ଲକ୍ ସଦର ମହକୁମାରେ ସ୍ଥିରିକୃତ ସ୍ଥାନରେ ଅନୁଷ୍ଠିତ ହେବ। ଆଠଟି ବ୍ଲକ୍‌ର ୮ଟି ଜିଲ୍ଲାପରିଷଦ ଜୋନ୍‌ର ମୋଟ ୨୮ ଜଣ ପ୍ରାର୍ଥୀଙ୍କ ସହ ୮୮୨ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ଭୋଟ ଗଣତି କରାଯିବାକୁ ସ୍ଥିର କରାଯାଇଛି। ସେଥି ମଧ୍ୟରୁ ଅନୁଗୁଳ ବ୍ଲକ୍‌ର ୧ ନଂ ଜୋନ୍‌ରେ ଥିବା ୯ଟି ପଞ୍ଚାୟତ ଓ ୧୧୮ଟି ୱାର୍ଡର ଭୋଟ ଗଣତି ହେବ। ୧ ନଂ ଜୋନ୍‌ରେ ୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଆଠମଲ୍ଲିକ ବ୍ଲକ୍‌ର ଜୋନ୍ ନଂ ୫ ରେ ଥିବା ୯ଟି ପଞ୍ଚାୟତ ଓ ୧୨୫ଟି ୱାର୍ଡର ଭୋଟ ଗଣତି ହେବ। ଏହି ଜୋନ୍ ନଂ ୫ରେ ୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। କଣିହାଁ ବ୍ଲକ୍‌ର ଜୋନ୍ ନଂ ୮ରେ ଥିବା ୯ଟି ପଞ୍ଚାୟତ ଓ ୧୩୩ଟି ୱାର୍ଡର ଭୋଟ ଗଣତି ହେବ। ଏହି ଜୋନ୍‌ରେ ୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। କିଶୋରନଗର ବ୍ଲକ୍‌ର ଜୋନ୍ ନଂ ୧୧ ରେ ଥିବା ୭ଟି ପଞ୍ଚାୟତ ଓ ୮୯ଟି ୱାର୍ଡର ଭୋଟ ଗଣତି ହେବ। ଏହି ଜୋନ୍ ନଂ ୧୧ ରେ ୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଛେଣ୍ଡିପଦା ବ୍ଲକ୍‌ର ଜୋନ୍ ନଂ ୧୪ରେ ଥିବା ୭ଟି ପଞ୍ଚାୟତ ଓ ୯୨ଟି ୱାର୍ଡ଼ର ଭୋଟ ଗଣତି ହେବ। ଏହି ଜୋନ୍ ନଂ ୧୪ରେ ମୋଟ ୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ତାଳଚେର ବ୍ଲକ୍‌ର ଜୋନ୍ ନଂ ୧୮ରେ ଥିବା ୬ଟି ପଞ୍ଚାୟତ ଓ ୮୨ଟି ୱାର୍ଡରେ ଭୋଟ ଗଣତି ଅନୁଷ୍ଠିତ ହେବ। ଏହି ୧୮ ନଂ ଜୋନ୍‌ରେ ୩ ଜଣ ଜିଲ୍ଲା ପାରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ପାଲଲହଡ଼ା ବ୍ଳକ୍‌ରେ ଜୋନ୍ ନଂ ୨୨ରେ ଥିବା ୮ଟି ପଞ୍ଚାୟତ ଓ ୧୨୨ଟି ୱାର୍ଡର ଭୋଟ ଗଣତି ହେବ। ଏହି ଜୋନ୍ ନଂ ୨୨ରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ବଅଁରପାଳ ବ୍ଲକ୍‌ର ଜୋନ୍ ନଂ ୨୫ରେ ଥିବା ୯ଟି ପଞ୍ଚାୟତ ଓ ୧୨୧ଟି ୱାର୍ଡର ଭୋଟ ଗଣତି ହେବ। ଏହି ୨୫ ନଂ ଜୋନ୍‌ରେ ୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

Share

Leave a Reply