ଆସନ୍ତାକାଲି ଅନୁଗୁଳ ଆସିବ ହକି ବିଶ୍ୱକପ୍ ଟ୍ରଫି, ସ୍ବାଗତ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ

You are currently viewing ଆସନ୍ତାକାଲି ଅନୁଗୁଳ ଆସିବ ହକି ବିଶ୍ୱକପ୍ ଟ୍ରଫି, ସ୍ବାଗତ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ

ଅନୁଗୁଳ: ଚଳିତ ମାସ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ବକପ୍ ଅନୁଷ୍ଠିତ ହେବ। ଏ ନେଇ ଆସନ୍ତାକାଲି ହକି ବିଶ୍ବକପ୍ ଟ୍ରଫି ଅନୁଗୁଳ ସହର ପରିଦର୍ଶନ କରିବ। ଛେଣ୍ଡିପଦା ବ୍ଲକରେ ଦିନ ୧୨ଟାରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ କପକୁ ସ୍ବାଗତ କରିବା ସହ ଏକ ରାଲି ସହର ପରିକ୍ରମା କରିବ। ପରେ ପରେ ଏହି ଟ୍ରଫିକୁ ଶୈଳଶ୍ରୀକ୍ଷେତ୍ର ନିକଟକୁ ଅଣାଯିବ ବୋଲି ଯୋଜନା ରହିଛି।
ସେଠାରେ ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ, ଜନସାଧାରଣ, କ୍ରୀଡାବିତ୍, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ରହିବେ। ପରେ ଏହି ବିଶ୍ବକପ୍ ଟ୍ରଫିକୁ ବଅଁରପାଳ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସ୍ବାଗତ କରିବେ। ଶେଷରେ ଟ୍ରଫିକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Share

Leave a Reply